STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ସୁତ୍ର ସନ୍ଧାନ

ସୁତ୍ର ସନ୍ଧାନ

1 min
388

ସନ୍ଧାନ ଚାଲିଛି, ଭୁଲିବା ର ସୁତ୍ର

ଖୋଜି ଖୋଜି ଏଠି ସେଠି,ଅଧୈର୍ଯ୍ୟ

ନିଜକୁ ଭୂଳିଗଲିଣି ନା କଣ

ଚିହ୍ନା ମୁଁହ ଅଚିହ୍ନା ଅଚିହ୍ନା

କେହି ଜଣେ ହେଲେ ନିଜର ଲାଗୁନି ।


ଘଟଣ ଅଘଟଣ ସବୁ ସାଇତି ରହିଛି

ଭୁଲିଯିବା ହିଁ ଭଲ ହେବ,ସେଇ କଥା

ଯା ' ର କିଛି ଗୁରୁତ୍ଵ ନାହିଁ

ତଥାପି ମନରେ ଆସୁଛି

ଥରେ ନୁହଁ ଥର କୁ ଥର,ବାରମ୍ବାର

ନିଜକୁ ଅଣାୟତ୍ତ କଲିଣି ନା କଣ

କେଉଁ ଘଟଣା ବି ମନରୁ ଲିଭୁନୀ ।


ସୁତ୍ରର ସନ୍ଧାନ ମିଳିନି,ମନ ଏବେ ଥକା

ଆଉ ସ୍ପୃହା ବି ନାହିଁ, ଚେଷ୍ଟା ବିଫଳ

ସୁତ୍ର ଅଛି କି ନାହିଁ , ତଥାପି ସନ୍ଧାନ ଚାଲିଛି

ନିଜକୁ ଜାଣିନି ନା କଣ

କାହାକୁ ବି ଜାଣିପାରୁ ନାହିଁ ।


ସୁତ୍ର ର ସୁତ୍ରକର୍ତା ବି ନିଖୋଜ ବୋଧେ

କେଉଁଠି ବି ଦେଖା ନାହିଁ

ସୁତ୍ର କିଏ ବା କହିବ

ନିଜକୁ କଣ ଅଲଗା ଓ ଭିନ୍ନ ଭାବୁଛି କି

କାହାକୁ ବି ମୋ କଥାର ଚିନ୍ତା ନାହିଁ ।


ସୁତ୍ର ଖୋଜିବାର ସୁତ୍ର ବୋଧେ ଭୁଲ୍

କେମିତି ଜାଣିବି ଏଇ ସୁତ୍ର ଭୁଲ୍

କିଏ କହିବ ମୋ ସୁତ୍ର

ମୁଣ୍ଡ ଖରାପ ନା କଣ

କେହି ବି ମୁଣ୍ଡ ଟେକି ଦେଖୁନାହାନ୍ତି ଯେ ।


ଭୁଲିବାକୁ ସୁତ୍ର ଥାଉ କି ନ ଥାଉ

ମନକୁ ମନ ଭାବନା ଆସିବ

ଏ ସୁତ୍ର ଖୋଜିବା ବୃଥା

ବୃଥାରେ ଭାବୁଛି ନା କଣ

କିଏ ବି ମୋ କଥା ତ ଭାବୁନି ।


ଯଦି କିଛି ସୁତ୍ର ଅଛି ,ସବୁକିଛି ଭୁଲିଯିବା ପାଇଁ

ଅନୁରୋଧ ସହିତ ନିବେଦନ

ସୁତ୍ର କରନ୍ତୁ ଜ୍ଞାପନ,ଠିକଣା ନିମ୍ନରେ

ଅଜବ କଥା କହୁଛି ନା କଣ

କାହାର ବି ଯୋଗାଯୋଗ ନାହିଁ ।


Rate this content
Log in

Similar oriya poem from Inspirational