Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4  

Bijaya Kumar Swain

Inspirational

ସୁସ୍ଥ ସ୍ୱଚ୍ଛ ପରିବେଶ

ସୁସ୍ଥ ସ୍ୱଚ୍ଛ ପରିବେଶ

1 min
202



(ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୋର ଏ କବିତାଟି ଉତ୍ସର୍ଗୀକୃତ)

#################

 ପରିବେଶ ଆମ ପରିବେଶ

ପରିବେଶ ଆମ ପରିବେଶ

  ପରିବେଶ ଯଦି ସୁସ୍ଥ ରହିବ

ଉକୁଟିବ ସବୁ ମୁହେଁ ହସ।(୦)

  ପରିବେଶ ଆମ ପରିବେଶ,,,,


ପାହାଡ ଝରଣା କେଦାର ପ୍ରାନ୍ତର

  ବନ ଭୂଇଁ ଆଦି ଯେତେ

ଏ ସବୁକୁ ନେଇ ପରିବେଶ ସୃଷ୍ଟି

   ଏ କଥା ରଖିଥା ଚିତ୍ତେ

ଏମାନେ ହସିଲେ ଆମେରେ ହସିବା

  ପାଇଣ ତାଙ୍କ ପରଶ।(୧)

   ପରିବେଶ ଆମ ପରିବେଶ,,,


ଶିଶୁ ଗୋଟିଏକୁ ପାଦପ ଗୋଟିଏ

  ଲଗାଇବା ଯଦି ଆମେ

କୋଟି କୋଟି ତରୁ ଦଳ ରେ ହସିବ

  ଏ ଧରଣୀ ଦିନୁ ଦିନେ

ଭବିଷ୍ୟତ ତେବେ ହେବ ନିରାମୟ

   ଦୂରେଇ ଯିବ ନିରାଶ।(୨)

   ପରିବେଶ ଆମ ପରିବେଶ,,,


କଥା ନୁହେଁ ଖାଲି କାମରେ କରିବା

  ହେବା ଆମେ ସଚେତନ

ଆମ ଚାରିପାଖ କଲେ ପରିଷ୍କାର

  ନ ହୋଇବ ହୀନିମାନ

ହସିବ ଏ ମାଟି ନୂଆ ଫୁଲ ପରେ

  (ହେଲେ) ସ୍ଵସ୍ଥ୍ୟ ସ୍ୱଚ୍ଛ ପରିବେଶ।(୩)

   ପରିବେଶ ଆମ ପରିବେଶ,,,,



Rate this content
Log in

Similar oriya poem from Inspirational