ସୁରୁଜ କିରଣ
ସୁରୁଜ କିରଣ
ସୁରୁଜ କିରଣ ନାହିଁ ଜାତି ଆଣ
ସମସ୍ତଙ୍କୁ ଦିଏ ପରା
ଶିରୀମନ୍ଦିରରେ ସ୍ନେହ ଶ୍ରଦ୍ଧା ଭରେ
ଥାଏ ପୂଣ୍ୟର ପସରା |1
ବ୍ରାହ୍ମଣ କ୍ଷତ୍ରିୟ କିବା ଅଛି ଭୟ
ଜାତି ଭେଦ ରହିଥିଲେ
ହରିଜନ ଆଜି ଦଳିତରେ ଅଛି
ସମସ୍ତଙ୍କ ସଙ୍ଗେ ରହିଲେ |2
ଆହେ ବିଶ୍ୱ ଗୁରୁ ତୋ ମହିମା ମେରୁ
ଦେ ଢାଳି ଟିକେ ଏଠି
କୋଟି ଜନ ମନ ଖୁସି ହେବ ଦିନ
ରାମ ନାମ ଶବ୍ଦ ଯେଉଁଠି |3
ଏହାହିଁ ସତ୍ୟଯେ ସବୁରି ମନେଯେ
ଅଛି ଜାତି ଧର୍ମ ଭାବ
କାଳିଆ ସାଆନ୍ତ କୁରୁପା ଦେଏତୋ
ପାରି କର ସବୁ ଯୁଗ |4
