STORYMIRROR

DHARITRI SAHU

Inspirational Others

3  

DHARITRI SAHU

Inspirational Others

ସୁରକ୍ଷିତ ପ୍ରୟାସ

ସୁରକ୍ଷିତ ପ୍ରୟାସ

1 min
394


ଜୀବନକୁ କିଏ ବା ଦେଖିଛି?

ସ୍ଵପ୍ନ ଦେଖୁ ଦେଖୁ

ସ୍ଵପ୍ନ ସବୁ ଭାଙ୍ଗି ତ ଯାଇଛି,

କାଗଜର ଡଙ୍ଗା ଭସାଇ ଭସାଉ

ପାଦଖସି ପାଣିରେ 

ଲୋକ ହସା ହେଇ ବି ସାରିଛି।

ଜୀବନକୁ କିଏ ବା ଦେଖିଛି?

ନୀଡ଼ ରଚୁ ରଚୁ ନୀଡରେ

ନିଆଁ ଲାଗି 

ଧ୍ୱଂସ ସ୍ତୁପ ପାଲଟି ଯାଇଛି,

ଅମୃତର ଧାରା ପରଶୁ ପରଶୁ

ଅମୃତର ଭାଣ୍ଡ 

ଖଣ୍ଡ ବିଖଣ୍ଡିତ ହୋଇ 

ଭୁଇଁ ରେ ଲୋଟିଛି।

ଜୀବନକୁ କିଏ ବା ଦେଖିଛି?

ସମୟକୁ ଜାବୁଡ଼ି ବାକୁ

ଚେଷ୍ଟା କରୁ କରୁ

କାଶ ଫୁଲ ପରି ପକ୍ବ କେଶ

ଉପହାସ କରି ବି କହୁଛି,

ରେ ଆତ୍ମନ" 

ଜୀବନ ର ସ୍ରୋତ ଦେଖ 

କେଡେ ବେଗେ ଧାଇଁ ପଳାଉଛି।

ଜୀବନକୁ କିଏ ବା ଦେଖିଛି?

ଆଗାମୀ ଦିନର ସୂର୍ଯ୍ୟ

ଉଇଁବକି ନ ଉଇଁବ

କିଏ ସେ ଦେଖିଛି

ଭାଗ୍ୟେ ତୋର କ'ଣ ଲେଖାଅଛି

ଅଜ୍ଞ ତୁହି ଅନ୍ଧାର ରେ

ବାଡି ବୁଲାଉଛୁ,

ଭବିଷ୍ୟତ ନ ଦେଖିବି

ସୁରକ୍ଷିତ ରହିବାକୁ ପ୍ରୟାସ କରୁଛୁ।

ଜୀବନକୁ କିଏ ବା ଦେଖିଛି?

ସମୟଟା ବଡ଼ ବଳବାନ

ସମୟକୁ ପଚାରିବୁ

ସିଏ ହିଁ କହିବ ସତ

ଦୁନିଆରୁ ଯେତେ ଯାଇଛନ୍ତି

କେହି ତାଙ୍କ ଜୀବନର

ଶେଷ ପର୍ଯ୍ୟାୟ ଦୃଶ୍ୟକୁ

ଆଖି ଖୋଲି 

ଅନୁଭବ କରି କି ପାରିଛି?

ଜୀବନକୁ କିଏ ବା ଦେଖିଛି?


Rate this content
Log in

Similar oriya poem from Inspirational