ସୁରକ୍ଷାର ଜୟ
ସୁରକ୍ଷାର ଜୟ


ଆରେ ଏ ସୁରକ୍ଷା ଲଜ୍ୟା ନାହିଁ ତୋତେ
ଡରଭୟ ଜମା ନାହିଁ,
ସବୁଠାରୁ ବଡ଼ ଅଟେ ମୁଁହି ପରା
ବୁଦ୍ଧିଜ୍ଞାନ ତୋର ନାହିଁ l
ଲଜ୍ୟା ଡର କିମ୍ପା କରିବି ମୁଁ ଭାଇ
ସତ୍ୟରେ ବନ୍ଧା ଛନ୍ଦା ହୋଇଥାଇ,
ବଡ ଅଟେ ସତ୍ୟ ବଡ ଅଟେ ଧର୍ମ
ସୁରକ୍ଷାରେ ଯିଏ ରଖିଥାଏ ଧ୍ୟାନ l
ପ୍ରବେଶ କରିବି ସବୁରି ପୁରରେ
ଧ୍ୱଂସ କରିଦେବି ନିମିଷ ମଧ୍ୟରେ,
ମୋର କରାମତି ଜାଣିନାହୁଁ ତୁହି
ଚାଲିଜା ଚାଲିଜା ତୁ ମୁହଁକୁ ଲୁଚାଇ l
ସୁନ୍ଦର ସୃଷ୍ଟି ମୋ ହେବ ନାହିଁ ଧ୍ୱଂସ
ପ୍ରତିଜ୍ଞା କରୁଛି ତୋତେ କରିଦେବି ନାଶ,
ସଭିଏଁ କରିବେ ନିଜର ସୁରକ୍ଷା
ସୁନ୍ଦର ସୃଷ୍ଟିର କରିବି ମୁଁ ରକ୍ଷା l
କେତେ ଉପଦେଶ ଦେଉଅଛୁ ମୋତେ
ଇତିହାସ ପଢିନାହୁଁରେ,
ଅସୁରକ୍ଷା ବୀଜ ବୁଣି ଦେଇଥିଲି
ଯୁଦ୍ଧ ଲାଗିବା ପାଇଁରେ l
ଇତିହାସ ଭୂଗୋଳ କୁ ଭୂଲି ନାହିଁ ଭାଇ
ବିଜ୍ଞାନ ଯୁଗରେ ଆସି ପହଁଚିଛି ମୁଁହି
ଜଳ ସ୍ଥଳ ପବନରେ ସଦା ବିରଜିବି,
ସୁରକ୍ଷାର ବୀଜକୁ ମୁଁ ସଦା ବୁଣିଦେଵି l
ଆସୁରିକ ପ୍ରବୃତିର ଅଟେ ମୁଁହି ରାଜା
ଅସାଵଧାନ ହେଲେ ଦିଏ ମୁଁହି ସଜା,
ଆଜି ସମାଜର ଲୋକେ ପଥଭ୍ରଷ୍ଟ ହେଲେଣି
କ୍ଷଣିକ ସୁଖ (ମଦ, ମାଂସ,ତମାଖୁ )ପାଇଁ
ତୋତେ ଭୂଲି ଗଲେଣି l
ସ
ୁଗୁଣ ସମ୍ପନ ଅଟେ ମୁଁ ବୁଦ୍ଧିମାନି
ମୋତେ ଯିଏ ଆପଣାଏ ସିଏ ଅଟେ ଧନୀ,
ଭୂଲି ନଥିଲେ, ଭୂଲି ନାହାନ୍ତି କେବେ ମୋହର ନିୟମ
ମୋର ସନ୍ତାନର କେବେ ହେବ ନାହିଁ ହାନୀ l
ଦୁର୍ଘଟଣା କରାଇବି ସୁଖଶାନ୍ତି ହରାଇବି
ଜୀବନରେ ଭରିଦେବି କେବଳ ବିଷାଦ.....
ହାଣକାଟ କରାଇବି, ରକ୍ତ ନଦୀ ବୁହାଇବି,
ସୁନ୍ଦର ସୃଷ୍ଟିକୁ କରିବି ବିନାଶ......
ଦୁର୍ଘଟଣା ମୁକ୍ତ ହେବ ମାନବ ସମାଜ
ଜୀବନରେ ସୁଖ ଶାନ୍ତି ଆନନ୍ଦ ରହିବ,
ଭୁଲିବେନି କେବେ ଅହିଁସାର ମାର୍ଗ
ସମଗ୍ର ବିଶ୍ୱ ଦୁର୍ଘଟଣା ମୁକ୍ତ ହେବ l
ନିରୁପାୟ ହୋଇ..... ଛାଡ଼ିଦେ ଛାଡ଼ିଦେ ତୋ ପ୍ରବୃତି
ଅଛି ଯଦି ସଦଗତି.....
ଦିଏ ମୁଁ ଶୀତଳ ଦିଏ ମୁଁ ଆନନ୍ଦ
ମୋତେ ଯିଏ ଆପଣାଏ,
ଅମୁଲ୍ୟ ଜୀବନ ଉପଭୋଗ କରି
ସ୍ୱର୍ଗ ସୁଖ ସିଏ ପାଏ l
ହାରି ଯାଇଥିଲି, ହାରିଯାଇଅଛି, ହାରିଯିବି ମଧ୍ୟ ଭାଇ
ତୋତେ ସର୍ବେ କିମ୍ପା ଆଦର କରନ୍ତି ବୁଝି ପାରୁନାହିଁ ମୁଁହି l
ତୋ ପାଇଁ (ଅସୁରକ୍ଷା )ସିନା ଆଜି ମୁଁ ଆଦର
ମନଦୁଃଖ କର ନାହିଁ,
ବିଦାୟ ନେଇଜା ଏ ଧରା ପୃଷ୍ଠରୁ
ସୃଷ୍ଟିର ସୁରକ୍ଷା ପାଇଁ l
ହସିହସି ମୁଁ ନେଉଛି ବିଦାୟ , ସଦାବେଳେ ହେଉ ତୋହର ବିଜୟ........
ସୁକାନ୍ତି ହୋତା, ତାଳଚେର 7008819476