Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shakti Prasad Das

Inspirational

3  

Shakti Prasad Das

Inspirational

ସୁରକ୍ଷା ସପ୍ତାହ (୪ ମାର୍ଚ୍ଚ - ୧୦ ମାର୍ଚ୍ଚ)

ସୁରକ୍ଷା ସପ୍ତାହ (୪ ମାର୍ଚ୍ଚ - ୧୦ ମାର୍ଚ୍ଚ)

1 min
274


ଶିଳ୍ପର ପ୍ରଗତି ହେବ କି ରେ ଭାଇ

           ସୁରକ୍ଷା ଉପେକ୍ଷା ହେଲେ ?

ଚାଲେ କି ରେ ଶିଳ୍ପ ବିପଦର ଖଣ୍ଡା

           ମୁଣ୍ଡପରେ ଝୁଲୁଥିଲେ ?


ଚାଲେ କି ରେ ଦେଶ ଶ୍ରମିକ ସୁରକ୍ଷା

   ବିପର୍ଯ୍ୟସ୍ତ ହୋଇଥିଲେ ?

ମାଲିକ ଭଣ୍ଡାର ଭରି ପାରେ କି ରେ,

      ଭୃତ୍ୟ ବିପଦରେ ଥିଲେ ?


କୁଶଳୀ ଶ୍ରମିକ ଦେଶ ଓ ଦଶର

           ଗଉରବ ସିନା ଭାଇ,

ନୂଆ ନୂଆ ଦ୍ରବ୍ୟ ନିତି ଗଢ଼େ ସିଏ

           ସମାଜର ହିତ ପାଇଁ ।


ଅଂଗହାନି ଅବା ପ୍ରାଣହାନି ତା’ର

               ହେଲେ କାର୍ଯ୍ୟ ସମୟରେ,

ଅବା ସ୍ବାସ୍ଥ୍ୟହାନି ହୁଏ ଯଦି ତା’ର

                  ପ୍ରଦୂଷିତ କାର୍ଯ୍ୟସ୍ଥଳେ ।


ଜାତୀୟ କଳଙ୍କ ନୁହେଁ କି ରେ ଏହା,

           ନୁହେଁ କି ରେ ଅପରାଧ ?

ସୁରକ୍ଷା ତାହାକୁ ନ ଦେଇ ପାରିଲୁ,

           ଯା’ ଯୋଗେ ଆମ ସମ୍ପଦ ।


ସୁରକ୍ଷା ସପ୍ତାହ ଚାଲୁଅଛି ଏବେ,

                             ଏହି କଥା ହେଜିବାକୁ ।

ଆଜିଠୁ ସଭିଏଁ ହେବା ଯତ୍ନଶୀଳ,

                         ନ ରଖି କଥା କାଲିକୁ ।

 



Rate this content
Log in

Similar oriya poem from Inspirational