STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ସୁରକ୍ଷା ଓ ସଚେତନ

ସୁରକ୍ଷା ଓ ସଚେତନ

1 min
342


ଦେଖିଲା ବେବୀ ଦନେଇ ଅଜା 

ହଳେ ବଳଦ ଧରି,

କୁଟା ବିଡାଏ ହାତରେ ନେଇ 

ଯାଆନ୍ତି ଗାଁ ପୋଖରୀ,

ହୁଡାରେ ଜଣକୁ ବାନ୍ଧି

ଆର ଜଣକୁ ଗାଧୋଇ ଦେଲେ

ଘଷା ମଜା ପୁଣି କରି।(୧)


ତା ପରେ ପୁଣି ଶୁକୁଟି ଆଈ

ଧରି ମେଞ୍ଚେ ବାସନ ,

ପାଉଁଶ ଦେଇ ମାଜି ଅଇଁଠା

ଧୁଏ ଜଳେ ଯାଇଣ ,

ପୁଣି କାଚଇ ଲୁଗା

ସୋଢା ଭିଜା ସେ ଲୁଗାକୁ ଧୋଇ

ଗାଧାଏ ଖୁସି ହୋଇଣ।(୨)


ଆସିଲା ନଟ ହାତରେ ଧରି 

ଦୁଇଟି କୁକୁଡ଼ା ସହ,

ପାଣିରେ ଟୁବୁ ଟୁବୁ ବୁଡେଇ

ଗଲା ବାହୁଡି ଘର,

ବେବୀ ତା ସଙ୍ଗାତ ସହ

ଦେଖୁଥିଲା ବସି ସବୁ ଘଟଣା

ପାଣିର ପ୍ରଦୂଷଣ।(୩)


ବେବୀର ମାଆ କଳସୀ ଧରି

ଆସିଲେ ପାଣି ପାଇଁ,

ରୋଷେଇ କଲେ ଖାଇବେ ସର୍ବେ

ତରତରରେ ଧାଇଁ,

ପୋଖରୀ ମଧ୍ୟେ ପଶି

କଳସୀ ଭରି ଆଣିଲେ ପାଣି

ବେବୀ ଧରିଲା ଯାଇ।(୪)


କହିଲା ବେବୀ ମାଆଲୋ ମାଆ

ଏ ଜଳ ପ୍ରଦୂଷିତ,

ଅଇଁଠା ବାସନ,ବଳଦ ଗାଧୁଆ

ଅସନା ଲୁଗାର ଜଳ,

ସଭିଏଁ କରି ପ୍ରଦୂଷିତ

ଏ ଜଳ ଆମ ଶରୀର ପାଇଁ

ରୋଗ ନିଶ୍ଚେ ଆଣିବତ।(୫)


ବୁଝାଇ ଦେଲେ ବେବୀ ତା ସାଙ୍ଗ

ଜଳର ଉପକାରୀତା,

ପ୍ରଦୂଷଣ ଓ ସୁରକ୍ଷା ପାଇଁ

କେତୋଟି ମହତ କଥା,

ବୁଝିଲେ ସମସ୍ତ ଜନ

ସେଦିନରୁ ସର୍ବେ ସଚେତନ ହୋଇ

କଲେ ପରିସ୍କାର ପରିଛନ୍ନତା।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational