STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ସୁନେଲି ସମୟର ସ୍ବପ୍ନ

ସୁନେଲି ସମୟର ସ୍ବପ୍ନ

1 min
146

ସୁନେଲି ସମୟର ସ୍ବପ୍ନ

ଘର କରିବାକୁ ସପନ ଦେଖି

ଘରଣୀ ଆଣଇ ମନକୁ ଲାଖି

କେତେ ଯତନରେ ସଜେଇ ଥାଏ

ଘର କରିବାକୁ ଆଗେଇ ଯାଏ

ଛୋଟିଆ ଛୋଟିଆ ଖୁସି ସାଉଁଟି

ଖୁସି ରଖିଦିଏ ଖୁସିରେ ବାଣ୍ଟି

ନୂଆ ବିବାହିତା ପତ୍ନୀ ସହିତ

ଖୁସି ସ୍ବପ୍ନ ସବୁ ଦେଖି ବହୁତ

ଘର କରିବାକୁ ସବୁ ଜିନିଷ ଆଣି

ସାଜିଥାଏ କେତେ ପଦାର୍ଥ କିଣି

ସ୍ଵପ୍ନ ଦେଖେ ହେବ ଖୁସି ସଂସାର

ଗଢ଼ିବ ସେ ଯେ ସୁଖୀ ପରିବାର

ସପନକୁ ପୁରା କରିବା ପାଇଁ

କେତେ ଖୁସିରେ ସେ ଯାଏ ଆଗେଇ

ଦିନରାତି କରି ସେ ଯେ ପରିଶ୍ରମ

କରଇ ସେ ଧନକୁ ଉପାର୍ଜନ

ମୁଣ୍ଡର ଝାଳକୁ ତୁଣ୍ଡରେ ମାରି

କେତେ କେତେ ଫନ୍ଦି ଫିକର୍ କରି

ଗୋଟି ଗୋଟି କରି ରଖି ସାଇତି

ଭବିଷ୍ୟ ପାଇଁ ଚିନ୍ତା କରଇ ନିତି

ସପନ ଦେଖେ ତା ସନ୍ତାନ ଦିନେ

ପାଠ ପଢି ହେବେ ମଣିଷ ଭିନ୍ନେ

ଦୁନିଆ ଆଖିରେ ରଖି ତା ନାମ

କରିବେ ସଦା ସେ ସୁନ୍ଦର କର୍ମ

ବୃଦ୍ଧ ବୟସ ତା ଆସିଲା ବେଳେ

ତା ଯତ୍ନ କରିବେ ତାହାରି ପିଲେ

ନାତି ନାତୁଣୀଙ୍କ ସାଙ୍ଗରେ ରହି

କାଟିବ ସୁଖରେ ଦିନ ଯେ ସେହି

ହରି ନାମ ଟିକେ ଭଜିବ କେତେ

ଗପ ଶୁଣେଇବ ପାରିବ ଯେତେ

ବହୁ ପରଷାକୁ ଖାଇ ବଞ୍ଚିବ

ସପନେ ତା ଦିନ ତ ଖୁସିରେ ଯିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics