ସୁନ୍ଦର ହେବ ସଂସାର
ସୁନ୍ଦର ହେବ ସଂସାର
ମିଛ ପାଖେ ସତ ବନ୍ଧା ପଡିଥିଲା
ଦିଶୁଥିଲା କିଟିମିଟି
ଅନ୍ଧାର ଭିତରୁ ସତଟା ତା ଆଖି
କରୁଥିଲା ମିଟିମିଟି ।
ଶେଷରେ ବନ୍ଧନ ଫିଟିଗଲା ଯେବେ
ସତ ହେଲା ପରିଷ୍କାର
ମିଛ କୁ ଦୁନିଆଁ ଦଣ୍ଡ ଦେଉଅଛି
କରି କେତେ ତିରସ୍କାର ।
କୁଟ,କପଟ ଓ ମିଛ ଟା କୁ ଛାଡି
ସତ କୁ କର ନିଜର
ଭାବରେ , ଭକ୍ତିରେ ସଂକେତ କୁ ଭରି
କହୁଅଛି ଗୁପ୍ତେଶ୍ଵର
ସୁନ୍ଦର ହେବ ସଂସାର ।