🎈🎈ସୁନ୍ଦର ଆମ କଳା କୀରତି🎈🎈
🎈🎈ସୁନ୍ଦର ଆମ କଳା କୀରତି🎈🎈
କୁନାରେ କୁନା
ମନ ଦୁଃଖେ ଏଠି ବସିଛୁ କିଆଁ ?
କୁନି ଲୋ କୁନି
ଜାଣିନୁ କି ଆଜି ରାକ୍ଷୀ ପୁନେଇଁ
କୁନାରେ କୁନା
ରାକ୍ଷୀ ପିନ୍ଧିବାକୁ ଉଛ୍ଛନ କିଆଁ ?
କୁନି ଲୋ କୁନି
ଛାନିଆ ହେବିନି କହୁଛୁ ତୁଇ
କାହୁଁ ଆସିଛି ଏଇ କରୋନା
ଦୋକାନ ବଜାର ବନ୍ଦ ସିନା
ରାକ୍ଷୀ ତୁ ଆଣିବୁ କାହୁଁ?
ଏ ସନ କି ତୁ ବାନ୍ଧିବୁନି
ସେ କଥା ଭାବୁଛି ମୁଁ
କୁନା ରେ କୁନା
ହୁଅନା ଆଉ ତୁ ଏତେ ଛାନିଆ
ମଲ୍ଲୀ,ଚମ୍ପା,ଆଉ ଗୋଲାପ ଗୁନ୍ଥି
କରିଛି ତୋ ପାଇଁ ସୁନ୍ଦର ରାକ୍ଷୀ
ହାତେ ବାନ୍ଧି ଦେବି ସେନେହ ଡୋରୀ
ତୁ ପରା ସୁନା ଭାଇ ମୋହରି।
କୁନି ଲୋ କୁନି
ବଡ ବୁଦ୍ଧିମତୀ ଅଟୁ ଲୋ ତୁହି
କିଣିବାନି ଆଉ ଚାଇନା ରାକ୍ଷୀ
ସୁନ୍ଦର ଆମ କଳା କୀରତି।
