STORYMIRROR

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ସୁନାର ତାରିଖ ବସେଇ ଦେଇଛି ମନର ଡାଇରୀ ଲେଖି

ସୁନାର ତାରିଖ ବସେଇ ଦେଇଛି ମନର ଡାଇରୀ ଲେଖି

1 min
191


ସୁନାର ତାରିଖ ବସେଇ ଦେଇଛି

ମନର ଡାଇରୀ ଲେଖି

ମୋ ପ୍ରିୟା ସତରେ ଆଜିଠୁ ରହିଲା

ମତେ ସେ କରିକି ସୁଖୀ

..........ସୁନାର ତାରିଖ ବସେଇ ଦେଇଛି

             ମନର ଡାଇରୀ ଲେଖି ! ୦ !


ହସରେ ତାହାର ଫୁଲ ବରଷୁଛି

କଥାରେ ଝରୁଛି ମହୁ

ଘଡ଼ିଏ ଚାହିଁଲେ ପେଟ ପୂରିଯାଏ

ଖେଳୁଛି ଝୁଲଣା ବାହୁ

ଘଡ଼ିଏ ଅନ୍ତର ଜମାରୁ ହେଉନି

ପ୍ରାଣର ସାଜିଛି ସଖୀ

..........ସୁନାର ତାରିଖ ବସେଇ ଦେଇଛି

             ମନର ଡାଇରୀ ଲେଖି ! ୧ !


ଆଶାର ଭାଷା ସେ ଦରଦୀ ଭାବର

ମନରେ ଯାଇଛି ବସି

ଆଖିର ରାଣକୁ ସାକ୍ଷୀ କରି ସିଏ

ପ୍ରେମକୁ ଦେଉଛି ଖୁସି

ଯିବାର ନାଆଁକୁ ଧରିବନି କେବେ

ମତେ ସେ କରିକି ଦୁଃଖୀ

..........ସୁନାର ତାରିଖ ବସେଇ ଦେଇଛି

             ମନର ଡାଇରୀ ଲେଖି ! ୨ !



ଜନ୍ମ ଜନ୍ମାନ୍ତର ଅଭୁଲା ରହିବ

ମଧୁର ଶବଦ ପ୍ରିୟା

ଛାଇ ପରି ସିଏ ମତେ ଛାଡ଼ିବନି

ମୁଁ ତାର ଗୁଣର କାୟା

ମରମ ତଳର ନରମ ସୁଖ ସେ

ସିନିହେ ଯାଇଛି ଯୋଖି

..........ସୁନାର ତାରିଖ ବସେଇ ଦେଇଛି

             ମନର ଡାଇରୀ ଲେଖି ! ୩ !




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance