STORYMIRROR

Sudeshna Pradhan

Fantasy Inspirational Children

3  

Sudeshna Pradhan

Fantasy Inspirational Children

ସୁନାର ମୋ ଦେଶ

ସୁନାର ମୋ ଦେଶ

1 min
205

ମୋ ଦେଶ ଭାରତ ସୁନାର ଦେଶ,

ନାହିଁରେ ଆନ ଧାମେ,

ତାହାରି କୋଳେ ଜନମ ଲଭି,

ଧନ୍ୟ ହୋଇଛୁ ଆମେ |


ମୋ ଦେଶ ଭାରତ      

ବିଭିନ୍ନ ଧର୍ମର, ବିଭିନ୍ନ ଭାଷାର,

ଅଟନ୍ତି ମୋ ଦେଶବାସୀ,

ବିଭିନ୍ନତା ମଧ୍ୟେ ଏକତା ଥାଏ,

ଚଳୁଥାନ୍ତି ମିଳିମିଶି |


ବହୁ ବୀରଗଣ, କବି ଓ ବିଦ୍ୱାନ

ପ୍ରସିଦ୍ଧ ଯେଉଁ ସ୍ଥାନେ

ମୋ ଦେଶ ଭାରତ 

ଦେବସ୍ଥାନ ଭୂମି, ମନ୍ଦିର ମାଳିନୀ,

ଏଇ ମୋର ଜନ୍ମ ମାଟି,    

ପାହାଡ଼,ଝରଣା, ସାଗର, ତଟିନୀ,  

ପ୍ରକୃତି ଶୋଭା ବଢ଼ାନ୍ତି |


ଶସ୍ୟ କ୍ଷେତ୍ରରେ ସୁବର୍ଣ୍ଣ ଚମକେ,

ବଉଦ ନୀଳ ଗଗନେ

ମୋ ଦେଶ ଭାରତ   

ରାମକୃଷ୍ଣଙ୍କ ଜନ୍ମଭୂମି ଏ, 

ପୁଣ୍ୟ ଜଗନ୍ନାଥ ଧାମ,

କୈଳାସଗିରି, ଅମରନାଥଙ୍କ,

ଗଙ୍ଗା ମା ପ୍ରବାହ ମାନ |


ତୀର୍ଥଭୂମି ଏ ପୁନ୍ୟୋତୟା,

ନାହିଁ ଆଉ କେଉଁ ସ୍ଥାନେ

ମୋ ଦେଶ ଭାରତ  

ଗାନ୍ଧୀ, ଗୋପବନ୍ଧୁ, ସୁଭାଷ, ଶାସ୍ତ୍ରୀ,                

ମୋ ଦେଶ ବୀର ସନ୍ତାନ,            

କେତେ ଯେ ସଂଗ୍ରାମୀ,

ଦେଶ ପାଇଁ ଲଢ଼ି,           

ଦେଇଥିଲେ ବଳିଦାନ  |      

    

ଅଖଣ୍ଡ ଭାରତ ପାଇଁ,

ପ୍ରାଣଦେବୁ, ପ୍ରସ୍ତୁତ ପ୍ରତିକ୍ଷଣେ |                     

ମୋ ଦେଶ ଭାରତ ସୁନାର ଦେଶ ,             

ନାହିଁରେ ଆନ ଧାମେ   ।


Rate this content
Log in

Similar oriya poem from Fantasy