STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସୁନାର ଦେଶ ଭାରତ

ସୁନାର ଦେଶ ଭାରତ

1 min
307

ବିନ୍ଦୁ ବିନ୍ଦୁ ପାଣିରେ

ସମୁଦ୍ର ହେବା ତ କେତେ ସହଜ

ସମସ୍ତେ ଜାଣନ୍ତି

ଆଉ ଧୂଳିକଣାରେ ବାଲୁକା ସ୍ତୁପ ବି

ଚୁଟକୀରେ ହୋଇଯାଏ

ବାଲିଘର ତ ସମସ୍ତେ ତିଆରି କରି ଜାଣନ୍ତି

ନିର୍ଜୀଵ ମାନେ ବି

ମହୁମାଛିର ମହୁଫେଣା ବି

ନିମିଷକେ ତିଆରି ହୋଇଯାଏ


ଯଦି ଉପରୋକ୍ତ ସବୁ କଥା

ଅଖାଡ଼ୁଆ ଲାଗୁଛି

ହୁଅ ନାହିଁ ଅହଙ୍କାରୀ, ଆଉ ବଲାତ୍କାରୀ

ସାରିଦିଅ ନାହିଁ

ଯୁଗ ଯୁଗ ଧରି ସଞ୍ଚିଥିବା ଭାରତର ଅସ୍ମିତା

ଭସ୍ମ କର ନାହିଁ ଭାରତ ମାତାର

ନିଆରା ପରିଚୟ

ଅସତ୍ୟ, ଅନ୍ୟାୟ, ଆଉ ଅଵିଵେକୀ ବି ହୁଅ ନାହିଁ

ପାରୁଛ ଯଦି

ହୋଇଯାଅ ପ୍ରଭୁ ରାମଚନ୍ଦ୍ରଙ୍କର

କୁନି ଗୁଣ୍ଡୁଚିମୂଷା

ହୁଅ ସହାୟ

ଯେତିକି ପାରୁଛ ସେତିକି

ନହେଲେ

ହୁଅ ନାହିଁ ଦେଶଦ୍ରୋହୀ

ଆଉ

ବେଇମାନୀ ଅମାନଵ

ହରାଇ ତୁମ ମଣିଷ ହେବାର ପରିଚୟ

ଆଉ ସାରିଦେଇ

ସୁନା ଦେଶର

ସୁବର୍ଣ୍ଣ ଗାଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract