ସୁନାବେଶ
ସୁନାବେଶ
ତୁମେ କୁଆଡେ ସୁନା ଠାକୁର
ସୁନା କୂଅ ପାଣି ଗାଧେଇ ଜର
ପୁଣି ସୁନା ନାଇ ଦର୍ଶନ ଦେବାକୁ
କାହିଁକି କେଜାଣି ବାହାର
ଅସହଜ ଲାଗେନି ତୁମକୁ
ଦରଜ ବି ଦେଖାଇବ କାହାକୁ
ପ୍ରଥା ରହିଛି ରହିବ କାଳକାଳକୁ
ମତେ ଲାଗେ ତମର ମନ ନାହିଁ
କୈବଲ୍ୟ ପିଇ ଭକ୍ତ ଦାଣ୍ଡେ ଶୋଇ
ଦେଖିବ ସୁନାବେଶ ହୋଇବ ସନ୍ତୋଷ
ଘରକୁ ଗଲାପରେ ପଚାରିବ ସ୍ତ୍ରୀ
ମତେ କାହିଁ ନେଲନାହିଁ ଦେଖିବାକୁ ରଥ
ପଚାରିବେ ପିଲେ କଣ ଆଣିଛ ଆମପାଇଁ
ବାପା ବୋଉ କହିବେ ଆଖି ପବିତ୍ର ତୋର
ନଜର ତୋ ମିଶେଇଦେ ଆମର ନଜର
ସୁନା ବେଶେ ସୁନ୍ଦର ପୁରୀ ସରକାର
ବଡ଼ ଦିଅଁଙ୍କର ବଡ଼ ବେଭାର
ଅଧର ପଣା ମୁନ୍ଦେ ପାଇଁ ମନ ହୁଏ ହାଇଁ ପାଇଁ
ଭକତ ଫିଟାଏ ଗାମୁଛା ଟାକୁ
ଜରିରେ ରହିଛି ଅଧର ପଣା ଠେକିଟାକୁ
ଦେଖି ଆଚମ୍ବିତ ନେତ୍ର ପବିତ୍ର
ଜାତି ଗୋତ୍ର ଉର୍ଦ୍ଧରେ ତୁ ପରା ମୋ ଭକତ
ମୁଁ ମହଣେ ସୁନା ନାଇ ତୁ ଫେରିବୁ
ଖାଲି ହାତ ହୋଇ, ବାଧିଲା କିମ୍ପାଇଁ
ଅଧର ପଣା ନୁହେଁ ଏତ ଅମୃତ କହି
ନାଚୁଥିଲା ଭକ୍ତ କେହି
ଦାସିଆ ପରେ ଭାବରେ ବାନ୍ଧିଲେ ଗୋସେଇଁ
ସତରେ ସୁନା ଧନ ସୁନା ମନ ନେଇ
ସୁନା ପିନ୍ଧି ଖୋଜୁଥାଏ ଭକ୍ତ ମୋ ଗଲା କାହିଁ ।
