Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUBASH CHANDRA KHUNTIA

Inspirational

5.0  

SUBASH CHANDRA KHUNTIA

Inspirational

ସୁନା ମୋର ଦେଶ

ସୁନା ମୋର ଦେଶ

1 min
406


ସୁନା ମୋର ଦେଶ ସୁନା ମୋ ଭାରତ

                  ସୁନା ତାର ଇତିହାସ

ଗଣିତ ବିଜ୍ଞାନ ଶାସ୍ତ୍ର କଳାରେ ତ

                 ରଖି ଯାଇଥିଲା ଯଶ ।


ବିଦେଶୀ ଶାସକ ପାଗଳ ହୋଇଲେ

                ଧନ ମାନ ଯଶ ଦେଖି

ଶାସନ କରିଲେ ମୋ ଦେଶକୁ ଆସି

               ସ୍ବାଧୀନତା ଗଲା ହଜି ।


କଇଁ କଇଁ କାନ୍ଦେ ମୋ ଭାରତ ମାତା

                 ଲୁହାର ଶିକୁଳି ମଧ୍ୟେ

ତା ଲୁହକୁ ଦେଖି ତାର ବୀର ପୁତ୍ର

                ଅଣ୍ଟା ଭିଡି ମାଡି ବସେ ।


ଅହିଂସାର ପଥ ଆପଣାଇ ନେଲେ

               ବୀର ସେ ମହାତ୍ମା ଗାନ୍ଧୀ

ଶରଳ ତାଙ୍କର ଅଟଳ ବାଣୀରେ

              ଶତୃ ନିଦ ଗଲା ହଜି ।


ସୁବାଷ ଚନ୍ଦ୍ର ବୋଷ, ମଙ୍ଗଳ ପାଣ୍ଢେ

              ଭଗତ, ଚନ୍ଦ୍ରଶେଖର

ଜୀବନକୁ ବାଜି ଲଗାଇ ସେ ଦେଲେ

               ସ୍ବାଧୀନତା ଥିଲା ସାର ।


ରକ୍ତ ଲୁଗା ପିନ୍ଧି ମୋ ଭାରତ ମାତା

                କହିଗଲା କାନେ କାନେ

ଧନ୍ୟ ତୁ ମୋ ପୁତ୍ର ଧନ୍ୟ ତୋ ସାହସ

               ରହିଯିବ କାଳେ କାଳେ ।


ସ୍ବାଧୀନ ହୋଇଲା ମୋ ଭାରତ ମାତା

               ଅହିଂସାର ପଥ ନେଇ

ମୋ ଦେଶ ମହାତ୍ମା ଗାନ୍ଧୀଙ୍କ ପାଖରେ

               ଶତୃ ଶୀର ଗଲା ନଇଁ ।


ଆମେ ଚଳାଇଲୁ ଆମରି ଦେଶକୁ

              ଗର୍ବରେ ଫୁଲାଇ ଛାତି

ଆମ ଏ ତ୍ରିରଙ୍ଗା ଆମରି ତ ଟେକ

              ଉଡୁଛି ଆକାଶେ ଆଜି ।


ସେହି ତ୍ରିରଙ୍ଗାକୁ ପ୍ରଣାମ ଜଣାଇ

                ଗାଇଯିବା ତାର ଗୀତ

ସ୍ବାଧୀନ ଭାରତେ ଆନନ୍ଦେ ନାଚିବା

                ରଖିବା ତାର ମହତ।


                 


Rate this content
Log in

Similar oriya poem from Inspirational