STORYMIRROR

Hrushikesh Satpathy

Abstract Others

2  

Hrushikesh Satpathy

Abstract Others

ସୁକନ୍ୟା

ସୁକନ୍ୟା

1 min
13.6K


ପକ୍ଷୀର କୁଜନ ନିସ୍ତବ୍ଧ ହେଲେ

      ଆକାଶର ରଙ୍ଗ ମୌଳିଯାଏ।

ତୁମରି ପ୍ରାଙ୍ଗଣ ଝାଉଁଳି ଗଲେ

      ବାଟୋଇ ତା' ଵାଟ ହଜେଇ ଦିଏ।

ସୂର୍ଯ୍ୟକୁ ଯେବେ ଗ୍ରହଣ ଗ୍ରାସେ

       ପୃଥିବୀ ପଣତ ଲୁହରେ ଭିଜେ।

ଚନ୍ଦ୍ରମା ମୌଳେ ଅମାବାସ୍ୟାରେ

       ରଜନୀ ସିନ୍ଦୂର ବିଧବା ସାଜେ।

କୁହ ତେବେ ପୂଣ୍ୟ ରଜନୀଗନ୍ଧା

       କିପାଇଁ ସହଜେ ମୌଳି ଯାଅ ?

ତୁମେ ପରା ଏଇ ମାଟି ସୁକନ୍ୟା

       ଆଶିଷ ଦେଉଛି, ସମ୍ମାନେ ରୁହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract