STORYMIRROR

Banabihari Mishra

Inspirational

4  

Banabihari Mishra

Inspirational

ସୁଖର ଠିକଣା

ସୁଖର ଠିକଣା

1 min
328


ଶୁଣିଛି, ଜାଣିଛି, ଲୋକଙ୍କ ମୁହଁରୁ

'ସୁଖ'କୁ ଖୋଜନ୍ତି ଦୁନିଆଁ ସାରାତା

ସାଙ୍ଗରେ କେବେ ଦେଖା ହୋଇନାହିଁ

କେମିତି ଚିହ୍ନିବି ଭାବୁଛି ପରା।।


ଚିହ୍ନି ପାରିବୁନି ଦୁହେଁ ତ ଦୁହିଁଙ୍କୁ

ଅଚାନକ କେବେ ହୋଇଲେ ଭେଟ

ସେଥିପାଇଁ ପରା ମାଗୁଛି ସଭିଙ୍କୁ

ଥିଲେ ଗୋଟେ ଦିଅ 'ସୁଖ'ର ଫଟ।।


ଫଟ ସହ ଯଦି ଠିକଣାଟା ଅଛି

ଦେଲେ ମୁଁ ଖୋଜନ୍ତି ସେଠିକି ଯାଇ

'ସୁଖ' ସହ ଥରେ ହେଇଗଲେ ଦେଖା

ସହଚର 'ଦୁଃଖ' ଯାନ୍ତା ପଳାଇ।।


ମୋ ପାଖରେ ଥିଲା ପୁରୁଣା ଠିକଣା

ସମୟ ସୁଅରେ ଯାଇଛି ହଜି

ମୋ କଣା ମୁଣାରେ ଛିଣ୍ଡା କାଗଜଟା

ପଡ଼ିଛି ଦୁଃଖର ଲୁହରେ ଭିଜି।।


ସୁଖର ସେ ଯେଉଁ ପୁରୁଣା ଠିକଣା

କୋଉ କାଳରୁ ମୋ ମନରେ ଥିଲା

ସେଠିକି ଯାଇ ମୁଁ ଖୋଜିଲି ବିକଳେ

ସେଠି ପଡ଼ିଥିଲା ଭାଗ୍ୟର ତାଲା।।


'ସୁଖ' ଖୋଜି ଖୋଜି ଥକି ମୁଁ ପଡ଼ିଲି

ଠିକ୍ ଠିକଣାଟା ଦେଲେନି କେହି

ନିଜ ଭିତରଟା ଯେତେବେଳେ ଖୋଜେ

'ସୁଖ' ହସୁଥିଲା ସେଇଠି ରହି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational