ସୁଖୀ ଜୀବନ
ସୁଖୀ ଜୀବନ
ବାଳୁତ ଅସଲି କୈଶୋର ଅସଲି
ଅସଲି ବି ବୃଦ୍ଧାବସ୍ଥା
ନକଲି କେବଳ ଏକା ଯଉବନ
ଦେଖ ଯୁଗର ଅବସ୍ଥା
ବୟସଟା ଗୋଟେ ସଂଖ୍ୟାର ଗଣନା
ତା' ମଧ୍ୟେ ଯୁବ ଅବସ୍ଥା
ଚାଲିଗଲା ପରେ ଯଉବନ ବେଳ
ଧରି ରଖିବାକୁ ଚେଷ୍ଟା
ମୁଣ୍ତେ କଳା ରଙ୍ଗ ମୁଖେ ପ୍ରସାଧନ
ଓଠେ ନାନାରଙ୍ଗ ବୋଳା
ବୟସ ପଚାଶ ଟପିଲେ ବି ଲାଗେ
ନବୀନ ବୟସୀ ବାଳା
ଝଡିଗଲେ ଚୁଟି ଲଗେଇବା କେଶ
ଆଖିରେ ଦେବା ଚଷମା
ସବୁ ପୁଅ ଯେତେ ଶାହାରୁଖ୍ ଭଳି
ଝିଅ ଲାଗିବେ କରିସ୍ମା
ଲୋଚାକୋଚା ଚର୍ମ ହେଇଯିବ ତାଜା
ମାଲିସ କଲେ ମଲମ
ବୟସର ଛାପ ନଲାଗିବ ଦେହେ
ବୁଢା ହୋଇବ ଯବାନ
ମୁହେଁ ନାହିଁ ଦାନ୍ତ ପେଟେ ନାହିଁ ଅନ୍ତ
ଦୁର୍ବଳ ଚକ୍ଷୁର ଜ୍ୟୋତି
ଆଖିରେ ଚଷମା ଦେହେ ପାଇଜାମା
ଲୁଚିବାକୁ ବୟସଟି
ବାର୍ଦ୍ଧକ୍ୟ ଲୁଚିଲେ ଲୁଚିବନି କେବେ
ବୟସର ସଂଖ୍ୟା ଖେଳ
ଚତୁର୍ଥ ସୋପାନେ ନକଲି ଯୌବନ
ରହିବନି ଚିର କାଳ
