STORYMIRROR

Debabrata Mishra

Abstract Romance Inspirational

4  

Debabrata Mishra

Abstract Romance Inspirational

ସୁଖେ ହସୁଥାଅ ସୁହାସିନୀ

ସୁଖେ ହସୁଥାଅ ସୁହାସିନୀ

1 min
266


ତୁମ ଈଶ୍ୱରୀୟ ହସର ନିଷ୍ପାପ, ଉଦାରପଣେ

ତରଳିଯାଉ ଯେତେ ନିଷ୍ଠୁରତା, କ୍ରୁରତା

ଭାଙ୍ଗିଯାଉ ଯେତେ ଦର୍ପ, ପାପର ଦର୍ପଣ

ତୁମ ଈଶ୍ୱରୀୟ କଳାର ପବିତ୍ର ପ୍ରଭାବରେ

ପରିଷ୍କୃତ ହେଉ ଯେତେ ଅସ୍ୱଛ ହୃଦୟ ଓ ମଳିନ ମନ,

ତୁମ ଆଧ୍ୟାତ୍ମିକ ଚେତନା ଶକ୍ତି ମାଧ୍ୟମରେ 

ତୁମକୁ ସୁସ୍ପଷ୍ଟ ଦିଶୁ ମଣିଷର ଅଦୃଶ୍ୟ ମିଛ, ଛଳନା

ହର୍ଷ-ଉଲ୍ଲାସର ବାତାବରଣ ଖେଳୁ ସଦା ହୃଦେ 

ଭରିଯାଉ ତୁମ ମନେ ଅଦମ୍ୟ ସାହସ ଓ ଉତ୍ସାହପଣ ।


ଛତ୍ରଭଙ୍ଗ ଦେଉ ଯେତେ ଲୁହ, ଦୁଃଖ ଓ ଯନ୍ତ୍ରଣା

ତୁମେ ତୁମ ପାଇଁ, ତୁମ ପରିବାର ପାଇଁ ବିରାଟ ସମ୍ଭାବନା

ତୁମ ସହ ଈଶ୍ୱର, ତୁମ ପାଦ ଥକିବନି ତୁମେ କେବେ ହାରିବନି

ପ୍ରକୃତି ତୁମକୁ ହସାଇବ ତୁମେ ସୁଖେ ହସୁଥାଅ ସୁହାସିନୀ ।


ତୁମ ଶିଶୁପଣ ଓ ସ୍ନେହଭରା ମଧୁର କଥାରେ

ଯେତେ ରୁକ୍ଷ ମନେ ଭରୁ କୋମଳ ପତ୍ରର ସବୁଜତା

ଅକ୍ଷୁର୍ଣ୍ଣ ରହୁ ଆଜୀବନ ତୁମ ସ୍ୱାଭିମାନ, ଅଭିମାନ

ତୁମ ଆତ୍ମସମ୍ମାନ ଓ ତୁମ ପରିପକ୍ୱ ସୁସ୍ୱାଧୀନତା,

ତୁମ ଶାଳୀନତା, ନମ୍ରତା, ଶିଷ୍ଟତା ଆଗରେ 

ନଷ୍ଟହେଉ ଯେତେ ଅଶିଷ୍ଟ ମଣିଷର ମାନସିକତା 

ତୁମ ମନ ଅଗଣାରେ ହୃଦୟର ପ୍ରାଙ୍ଗଣରେ

ସତ୍ୟ-ଶକ୍ତିର ଉତ୍ପତ୍ତି ହୋଇଚାଲୁ ତୁମ ଆତ୍ମାରେ

ତୁମକୁ ସମ୍ପୂର୍ଣ୍ଣ କରିଚାଲୁ ତୁମ ତ୍ୟାଗ, ନିଷ୍ଠାପଣ ଓ ଶ୍ରେଷ୍ଠତା ।


ନିରୁଦ୍ଧିଷ୍ଟ ହେଉ ଯେତେ ନକରାତ୍ମକ ଚିନ୍ତାର କଣିକା

ଉଦାସ ମୃତ୍ୟୁଲଭୁ ତୁମ ମନୁ ଓ ହେଉ ସକରାତ୍ମକ ସର୍ଜନ

ତୁମେ ଈଶ୍ୱରୀ, ନିର୍ଭୟା, ଅଭୟା, ଆଜୀବନ ତୁମେ ଡରିବନି

ତୁମେ କଣ୍ଟାକୁ କରିପାର ଫୁଲ, ତୁମେ ସ୍ୱୟଂ ଶକ୍ତି ସୁହାସିନୀ ।


ତୁମ ନୈତିକତାର ସାହସ ଆଗେ ଅନୀତି ଦୁର୍ବଳ ହେଉ

ଆପଣାର କରିବାର କଳାରେ ସମସ୍ତେ ସାଜନ୍ତୁ ସୁମଣିଷ

ଅଜସ୍ର ଆଶିର୍ବାଦ ତୁମ ଉପରେ, ଆଜୀବନ ଶୁଭକାମନା ତୁମପାଇଁ

ପାପଆଖି, ପାପମନା ମସ୍ତିଷ୍କର ଅହଂ ହେଉ ଧ୍ୱଂସ, ନାଶ,

ତୁମ ଜୀବନଶୈଳୀ ସମାଜ ପାଇଁ ଏକ ଶ୍ରେଷ୍ଠ ଦୃଷ୍ଟାନ୍ତ

ଆତ୍ମବିଶ୍ବାସର ବିଶାଳ ଗଗନ ତୁମ ମନର ପୃଥିବୀ ଭିତରେ 

ତୁମେ ପ୍ରଚଣ୍ଡତାରେ ବି କୋମଳ-ନିର୍ମଳ, ତୁମେ ସୁଚରିତା 

ତୁମେ ନିଜେ ଲେଖିଚାଲ ତୁମ ସ୍ୱାଧୀନ ଜୀବନୀର ଜୀବନ୍ତ ଇତିହାସ ।


ପଳାତକ ସାଜୁ ଯେତେ ଅମାନୁଷିକ ବର୍ବରତାର ମଣିଷ

ଅସାଧୁତା ହାରୁ, ଅମାନବିକତା ମରୁ ସବୁଥର ଜିତୁ ସତ୍ୟ

ତୁମେ ସମାଜ ପାଇଁ ଏକ ଶ୍ରେଷ୍ଠ ଈଶ୍ୱରୀୟ ଉପହାର

ଦୟା-କ୍ଷମାର ତୁମେ ପ୍ରତୀକ, ଚିର ସମ୍ମାନ ତୁମପାଇଁ ସୁହାସିନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract