STORYMIRROR

Dipti lekha Mishra

Abstract Others

2  

Dipti lekha Mishra

Abstract Others

ସୁଖାଦ୍ୟ

ସୁଖାଦ୍ୟ

1 min
134

ଆଲୋ ମୋ ବଉଳ

ଆଲୋ ଲୋ ସଙ୍ଗାତ

ଆଲୋ ମୋ ମକର

ତୁମେ ମାନେ ମୋ ମିତ ॥


ଯାହା ମୋତେ ଭଲ ଲାଗେ

ଶ୍ରଦ୍ଧାରେ ଖାଈବାକୁ

କହିବାକୁ ପଡିନି କେବେ

ତୁମକୁ କହିବାକୁ ॥


ଭାରୀ ଭଲ ଲାଗେ ମୋତେ

ସଙ୍ଗାତ ମାଆଙ୍କ ହାତରନ୍ଧା

ମକର ଘର ମକର ଚାଉଳ

ବଉଳ ଘରେ ମୁଁ ନିତି ବନ୍ଧା ॥


ଝିଲାପି ରସକୁ ମାଲପୁଆ

ମଣ୍ଡା ଆଡିସା କାକରା

ସବୁ ଭଲ ଲାଗେ ଖାଇବାକୁ

ଆସିଲାଣି ମଗୁଶୁର ପରା ॥


ମଗୁଶୁର ମାସର ଚାରି ଗୁରୁବାର

ଖାଇବାକୁ ମିଳିବ ମିଠାଖଟା ଭରପୁର

ଆସଲୋ ଆସ ମୋ ବଉଳ ସଙ୍ଗାତ

ଖାଇବୁ ଆସେଲୋ ମୋ ମକର ॥


ଚନ୍ଦ୍ରକାନ୍ତି ,ଗଜା ,ଫଳମୂଳ କେତେ

ମିଳିବ ଖାଇବାକୁ ଲୋ ପ୍ରଚୁର

ଶିଖିବା ସାଙ୍ଗେ ଖାଈବା ଆସଲୋ

ଭଲ ଲାଗେ ଏ ମଜା ଆସର ॥


Rate this content
Log in

Similar oriya poem from Abstract