STORYMIRROR

Hrushikesh Satpathy

Tragedy

3  

Hrushikesh Satpathy

Tragedy

ସୁଖ ସୌଦାଗର

ସୁଖ ସୌଦାଗର

1 min
14K


ସପନ ବଣିକ ଆହେ

ସୁଖ ସୌଦାଗର ।

ସୁଖ ସବୁ ବାଣ୍ଟି ଦେଇ

ଭକ୍ତି ଆଶା କର ।


ଅଜାଡି ଦେଇଛି ମୋର

ଅନ୍ତରୁ ଭକତି ।

ତ୍ୟାଗୀ ବି ସାରିଛି ସବୁ

ସଂସାର ଆସକ୍ତି ।


ସପନ ଦେଖାଇ ପୁଣି

ଛଡେଇ ନେଉଛ।

ଆନ ର ସପନ ସବୁ

ପାଛୋଟି ଧରୁଛ ।


ଭାବି ମୁଁ ପାରୁନି ତୁମେ

କି କଳାରେ ଖୁଣ।

ସବଳ କୁ ବଳ ଦିଅ

ଅବଳା କୁ ହୀନ।


ମୋ' ସପନ ଅଟକିଛି

ଅଧୁରା ରାସ୍ତାରେ।

ତୁମରି ପରଶ ପାଇଁ

ଅଛି ଅପେକ୍ଷାରେ।


ଜଣେନା ସେ,କେତେବେଳେ

ଜୋଛନା ଝରିବ ।

ତୁମରି ତୂଳୀରେ ତା'ର

ଜୀବନ୍ୟାସ ହେବ ।


ଆହେ ସୁଖ ସୌଦାଗର

ସୁଖ କୁ ବାଣ୍ଟ ନି।

ଦୁଃଖ ସବୁ ପିଇ ଯାଇ

ନୀରବ ରୁହ ନି।


କିଛି ଲୁହ ଦେଇ ଯାଅ

ମୁଁ ତୁମ ନିଜର।

ନୋହିଲେ କହିବି ତୁମେ

ଦୁଃଖ ସୌଦାଗର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy