STORYMIRROR

Gupteshwar Nanda

Inspirational

3  

Gupteshwar Nanda

Inspirational

ସୁଖ ଦୁଃଖ

ସୁଖ ଦୁଃଖ

1 min
13.9K


ହସିବାକୁ ହେବ ଜୀବନ ତମାମ

ଆପଣାର ଦୁଃଖ ଚାପି

ଏଇତ ମଣିଷ ଜୀବନ ଅଟଇ

ଶାନ୍ତି କାହା ପାଖେ ଅଛି ?

ନର ଜୀବନରେ ସଦାବେଳେ ଭାବେ

ଏକା ଅଛି ସିଏ ଦୁଃଖେ

ଅନ୍ୟକୁ ଭଲରେ ଦେଖିଲେ ଜାଣିବ

କେହି ନାହିଁ ଏଠି ସୁଖେ ।

ନିଜ ସୁଖ ଦୁଃଖ ନିଜକୁ ତ ଦିଶେ

ନର ଛନ୍ଦି ହୁଏ ତହିଁ

ପର ଦୁଃଖକୁ ବି ଆପଣା ମଣିଲେ

ସୁଖ ମିଳେ ଏଥିପାଇଁ

ଦୁଃଖୀ ଟିଏ ଦେଖି ସାହା ହେଲେ ବାବୁ

ପାଇବ ଅମାପ ସୁଖ

ସବୁ କାର୍ଯ୍ୟ ତୁମ ହେବଟି ସଫଳ

କୋଶେ ଦୂରେ ଥିବ ଦୁଃଖ ।

-ଗୁପ୍ତେଶ୍ଵର ନନ୍ଦ

ଶଙ୍କରା, ବିନିକା, ସୁବର୍ଣ୍ଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational