STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ସୁଖ ଦେଇଥାଏ ଆଣି

ସୁଖ ଦେଇଥାଏ ଆଣି

1 min
237


ଭଲ କରି ଟିକେ ଚାହଁ ମୋତେ ବନ୍ଧୁ

     ଦେଖ ମୋ ଆଖିକୁ ଥରେ

କୁହ ଦେଖିଛି କି ଖରାପ କିଛି ସେ

     ବାହାରେ ହେଉ ବା ଘରେ ।।


ଚାହିଁ ଦେଖ ବନ୍ଧୁ ଦେଖ ମୋ କାନକୁ

      ଭଲ କରି ଦେଖ ଚାହିଁ

କୁହ ବାରେ ମୋତେ ଖରାପ ଯାହା ସେ

      ଶୁଣିଛି କି ସତେ କାହିଁ ।।


ପାଶେ ଆସି ଥରେ ବନ୍ଧୁ ହେ ତୁମେ

     ଚାହିଁ ଦେଖ ମୋର ମୁହଁ

କହିଛି କି କେବେ ଖରାପ କଥା ସେ 

     ମୋତେ ଖୋଲିକରି କୁହ ।।


ଦେଖାଉଛି ଦେଖ ହାତକୁ ମୋହର

     ତୁମେ ମୋର ବନ୍ଧୁ ବୋଲି

କରିଛି ସେ କିବା ଖରାପ କାମଟି

     ଦେଖି କୁହ ମନ ଖୋଲି ।।


ଗୋଡ ଦୁଇ ମୋର ଚାହିଁ ଦେଖ ବନ୍ଧୁ

     କୁହ ମୋତେ ମୁହେଁ ମୁହେଁ

ଜୀବନରେ କେବେ ଖରାପ ବାଟରେ

     ଯାଇଛନ୍ତି କିବା ଦୁହେଁ ।।


ମନକୁ ମୋହର ଜାଣିନିଅ ବନ୍ଧୁ

     ଜାଣିପାର ତୁମେ ଯେବେ

କୁହ ଖୋଲି ମୋତେ ଖରାପ ଭାବନା

     ଆଣିଛି କି ସିଏ କେବେ ।।


ଜାଣିଛି ବେଦରେ ଉପନିଷଦରେ

     ନିତି ଯିଏ ଲୟ ଦିଏ

କଥାରେ କାମରେ ଭଲ ଖରାପର

     ଭେଦ ଜାଣିପାରେ ସିଏ ।।


ବାଟ ଚାଲୁଥିଲେ ମନେରଖି ସଦା

     ହିତ ଉପଦେଶ ବାଣୀ

ଦୁଃଖଟି ନ ଥାଏ ଜୀବନରେ ତାହା

     ସୁଖ ଦେଇଥାଏ ଆଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational