STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ସୁଦଶା ବ୍ରତ

ସୁଦଶା ବ୍ରତ

1 min
319


ଗୄହସ୍ଥ ଧର୍ମରେ ସୁଦଶା ବ୍ରତଟି

ମହତ୍ତ୍ୱପୂର୍ଣ୍ଣଟି ହୁଏ,

ସକାଳୁ ଉଠିଣ ନିତ୍ୟକର୍ମ ସାରି

ପୂଜାରେ ତ୍ତପର ହୁଏ।୧।


ମାଆ ଭଉଣୀଙ୍କ ଅପୂର୍ବ ପୂଜାରେ

ଗୄହ ଅନ୍ନପୂର୍ଣ୍ଣା ହୁଏ,

ଲକ୍ଷ୍ମୀଙ୍କ ଭକ୍ତିରେ ଶଙ୍ଖଧ୍ୱନୁ ଶବ୍ଦେ

ଲକ୍ଷ୍ମୀପୂର୍ଣ୍ଣ ଗୄହ ହୁଏ।୨।


ଗୄହର ଗୌରବ ଗୄହର ବୈଭବ

ଲକ୍ଷ୍ମୀ କୄପାଦୄଷ୍ଟି ହୁଏ,

ହୁଳହୁଳି ରାବ ଗୁଞ୍ଜନ କରଇ

ଉତ୍ସବର ଦୄଶ୍ୟ ହୁଏ।୩।


ଲକ୍ଷ୍ମୀଙ୍କ ମହିମା ଗୌରବମୟଟି

ଦେବଙ୍କୁ ଗୋଚର ନୁହେଁ,

ଛାର ମନୁଷ୍ୟ କି ବୁଝି ହିଁ ପାରିବ

ମାନବର ଶକ୍ତି ନୁହେଁ।୪।


ନଳ ଦମୟନ୍ତୀ ଲକ୍ଷ୍ମୀ ଦ୍ରୋହୀ ହେଲେ

ଅନେକ କଷ୍ଟ ପାଇଲେ,

ରାଜା ରାଣୀଙ୍କର ବିୟୋଗ କଥାକୁ

ଜଗତ ଲୋକ ଜାଣିଲେ।୫।


କାହାକୁ କରନ୍ତି କଷ୍ଟରେ ପୀଡିତ

କାହାକୁ କରନ୍ତି ରାଜା,

କରୁଣାମୟୀ ସେ କରୁଣା କରନ୍ତି

ନ ରଖନ୍ତି ରାଜା ପ୍ରଜା।୬।


ନଳ ଦମୟନ୍ତୀ ବି କଲେ ଲକ୍ଷ୍ମୀ ପୂଜା

ଦୁଃଖ ଦୂର ହେଲା ତାଙ୍କ,

ପୁଣି ହିଁ ତାଙ୍କର ମିଳନ ହୋଇଲା

ନ ରହିଲା କଷ୍ଟ ତାଙ୍କ।୭।


ରାଜା ରାଣୀ ହୋଇ ଶାସନ କରିଲେ

ମାଆଙ୍କ କରୁଣା ଏହି,

କରୁଣାମୟୀ ସେ କୃଷ୍ଣ ପାଟରାଣୀ

ଜଗତର ମାତା ଏହି।୮।


ଚତୁର୍ଦ୍ଦିଗେ ଆଜି ଲକ୍ଷ୍ମୀଙ୍କର ପୂଜା

ଲକ୍ଷ୍ମୀ ଲକ୍ଷ୍ମୀ ରାବ ଶୁଭେ,

କରୋନା ଯନ୍ତ୍ରଣା ଦୂର କରି ଦେବେ

ଜନଙ୍କ ରୋଦନ ଶୁଭେ।୯।


ଗୄହସ୍ଥ ଧର୍ମରେ ସୁଦଶା ବ୍ରତଟି

ମହତ୍ତ୍ୱପୂର୍ଣ୍ଣଟି ହୁଏ,

ସକାଳୁ ଉଠିଣ ନିତ୍ୟକର୍ମ ସାରି

ପୂଜାରେ ତ୍ତପର ହୁଏ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational