Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Classics

4  

Binodini Dash

Classics

ସୁଦଶା ବ୍ରତ

ସୁଦଶା ବ୍ରତ

1 min
22



ଶୁକଳ ଦଶମୀ ତିଥି ଗୁରୁବାର

ହେଲେ ଉପଗତ ଉତ୍କଳ ଭୂଇଁ

ଓଡ଼ିଆ ରମଣୀ ଉଛୁଳି ପଡ଼ଇ

ଭକ୍ତି ଭାବନାକୁ ହୃଦୟେ ବହି ।


ପାବନ ମନରେ ନୀତିନିମରେ

କରଇ ପାଳନ ସୁଦଶା ବ୍ରତ

ଦଶ ଗଣ୍ଠ ଦେଇ ବ୍ରତକୁ ବାନ୍ଧଇ

ପ୍ରସାଦ ସେବନ ହରଷ ଚିତ୍ତ ।


ସିନ୍ଦୂରା ଫାଟିବା ପୂର୍ବୁ ଶଯ୍ୟା ତେଜି

ଲିପି ଘରଦ୍ବାର ଗୋମୟ ଜଳେ

ସ୍ନାନଶୌଚ ସାରି ଝୋଟିଚିତା ଦେଇ

କରେ ଆରାଧନା ଭକତି ଭୋଳେ ।


ଦଶଗୋଟି ଗୁଆ, ଦୂବ ଦଶକେରା

ଦଶବର୍ଣ୍ଣ ପୁଷ୍ପ ଆସ୍ଥାନ ପରେ

ଶୁକଳ ବର୍ଣ୍ଣର ଦଶ ଖିଅ ସୂତା

ତିନିସରି ବଳି ରଖେ ସେଠାରେ ।


ଯାହା ଯାହା ସବୁ ପୂଜା ପାଇଁ ଲୋଡ଼ା

ଦଶ ଦଶ କରି ରଖେ ସଜାଇ 

କଳସ ବସାଇ ବନ୍ଦାପନା ସାରି

ଭକ୍ତିଚିତ୍ତେ ବାଲ୍ୟଭୋଗ ଅର୍ପଇ ।


ମଣ୍ଡା ତିଆରଇ ଦଶପୁର ଦେଇ

ହୃଦୟ ମଧ୍ୟରେ ମାତାଙ୍କୁ ଧ୍ୟାୟୀ

ଭକତି ଚିତ୍ତରେ ଲୟେ ଉଚ୍ଚ ସ୍ବରେ

ସୁଦଶା ବ୍ରତ ମାହାତ୍ମ୍ୟ ପଢ଼ଇ ।


ମହାଲକ୍ଷ୍ମୀଙ୍କର ଦଶୋଟି ନାମରେ

ବ୍ରତରେ ଦଶୋଟି ଗଣ୍ଠି ଦିଅଇ 

ଦଶ ଦୀପ ଜାଳି ବନ୍ଦାପନା ସାରି

ଦଶମଣ୍ଡା ନଇବେଦ୍ୟ ବାଢ଼ଇ ।


ମଥାନତ ପ୍ରଣିପାତରେ ମାଆଙ୍କୁ

ଗୃହର ମଙ୍ଗଳ କାମନା କରେ

ବ୍ରତ ବାନ୍ଧି ହସ୍ତେ ଭୋଗ ବାଢ଼ି ଦିଏ 

ସତେ ଅନ୍ନପୂର୍ଣ୍ଣା ପରିବାରରେ !


ନିଜେ ପାଇ ଭୋଗ ଦିନଟି କାଟଇ

ମାଆଙ୍କ ଶ୍ରୀପଦେ ନିବେଶି ଚିତ୍ତ 

ଜଗତଜନନୀ କଲ୍ୟାଣକାରିଣୀ

ଆଶ୍ବାସୀ ଥାଆନ୍ତି ତାହାର ହୃଦ ।


ମହାଲକ୍ଷ୍ମୀଙ୍କର ଏବ୍ରତ ଗୋଟିକ

ଗୃହେ ଭରିଦିଏ ଧନଦୌଲତ 

ହରଇ ବିପତ୍ତି ବଢେ ଯଶ ଖ୍ୟାତି

ଶାନ୍ତି ତୃପତିରେ କାଳାତିପାତ ।।


Rate this content
Log in

Similar oriya poem from Classics