ସୁବିଧାବାଦୀ
ସୁବିଧାବାଦୀ
ସୁବିଧାଦେଖି ଏମାନେ ନିଃସର୍ତ୍ତରେ
ବଦଳିଯାଆନ୍ତି
ପ୍ରମାଣଦିଅନ୍ତି ଅଜାଣତେ
ଦୁରାଚାରୀ ଆଉ ଵ୍ୟଭିଚାରୀର
ହୁଅନ୍ତି ହତ୍ୟାକାରୀ ନିଜ ବିବେକକୁ ମାରି
ନିଜ ସ୍ୱାର୍ଥ ପୂର୍ଣ୍ଣ ହେଲେ
ଜଳି ଯାଉ ସାରା ସଂସାର
ପାଉଁଶ ହେଉ ଜୀବଜଗତ
ହିଂସାର ବନ୍ୟାରେ ଭାସିଯାଆନ୍ତୁ ସମସ୍ତେ
ମାରନ୍ତୁ ଅକାଳେ
ଖଣ୍ଡାର ଯୁଦ୍ଧରେ ଅବା ହିଂସାର ନିଆଁରେ
କିଏ ପଚାରେ?
