STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ସତ୍ୟର ପଥ

ସତ୍ୟର ପଥ

1 min
269


ସତ୍ୟପଥ ଅଟେ ମନୁଷ୍ୟର ମାର୍ଗ

ସତ୍ୟଗାମୀ ହୁଅ ଭାଇ

ସତ୍ୟପଥେ ରହି ଶ୍ରୀପ୍ରଭୁ ଚରଣ

ନିସ୍ବାର୍ଥରେ ସେବ ଭାଇ।୧।

ସତ୍ୟଗାମୀ ହୋଇ ଜନସେବୁ ଥିବୁ

ଆଦରେ ଦେଶ ସେବିବୁ

ଦୁଃଖୀ ଜନଙ୍କର ଦୁଃଖର ଅଶ୍ରୁକୁ

ନିତ୍ୟେ ପୋଛିଦେଉଥିବୁ।୨।

କର୍ତ୍ତବ୍ୟଟି ଏହା ଜୀବନଟି ଏହା

ପ୍ରଭୁ ବଚନ ଭି ଏହା

ପ୍ରେମ ଭକ୍ତିଭରେ ପ୍ରାଣୀ ସେବୁଥିଲେ

ଅମୂଲ୍ୟ ଜୀବନ ଏହା।୩।

ଗୄହ ଜଞ୍ଜାଳରେ ଆତୁର ନ ହୋଇ

କର୍ମପଥେ ଚାଲ ଭାଇ

ନିଶ୍ଚଳ ମନରେ ପ୍ରଭୁଙ୍କ ଚରଣେ

ନିତ୍ୟେ ଭକ୍ତି ରଖ ଭାଇ।୪।

ରାଷ୍ଟ୍ର ଭକ୍ତି ଅଟେ ମନୁଷ୍ୟ ଜୀବନ

ଜନସେବା ଅଟେ ପ୍ରାଣ

ଗୄହ ସେବା ଅଟେ କର୍ତ୍ତବ୍ୟ ଆମର

ଜୀବ ସେବା ଅଟେ ପ୍ରାଣ।୫।

ପ୍ରେମ ଭକ୍ତି ଅଟେ ପ୍ରଭୁଙ୍କର ସେବା

ମିଳିବ ପବିତ୍ର ଧାମ

ଅମୂଲ୍ୟ ଜୀବନ ଅର୍ପିତ କରହେ

ସତ୍ୟପଥ ହେଉ ଆମ।୬।

ରତ୍ନ ସିଂହାସନ ଅପୁର୍ବ ବୈଭବ

ପ୍ରୟୋଜନ ନାହିଁ ମୋର

ତବ ଶ୍ରୀଚରଣେ ଭକ୍ତି ରହୁ ମୋର

ଆଶା ମୋର ପୂର୍ଣ୍ଣକର ।୭।

ସତ୍ୟପଥ ଅଟେ ମନୁଷ୍ୟର ମାର୍ଗ

ସତ୍ୟଗାମୀ ହୁଅ ଭାଇ

ସତ୍ୟପଥେ ରହି ଶ୍ରୀପ୍ରଭୁ ଚରଣ

ନିସ୍ବାର୍ଥରେ ସେବ ଭାଇ ।o।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational