ସତ୍ୟମେବ
ସତ୍ୟମେବ
ସତ୍ୟ ପାଇଁ ଏଇ ଜଗତର ସୃଷ୍ଟି
ସତ୍ୟରେ ଚାଲେ ଦୁନିଆ
ସତ୍ୟ ପାଇଁ ମଧ୍ୟ ମିଛ ଖେଳ ଘର
ଲାଗେ ଅଢେଇ ଦିନିଆ ।
ସତ୍ୟର ସଂଘର୍ଷ ଯୁଗ ଯୁଗ ପାଇଁ
ଅନ୍ୟାୟର ପ୍ରତିବାଦେ
ମିଥ୍ୟାର ପ୍ରକୋପ ଲୋପ ହୋଇଥାଏ
ସତ୍ୟ ଧର୍ମ ଆଶୀର୍ବାଦେ ।
ସତ୍ୟକୁ ଯେ ଦେଖ ତ୍ରେତୟା ପରଖ
ଦ୍ବାପରରେ ବୁଲାଅ ଆଖି
କଳିର ପ୍ରଭାବ କେତେ ଶକ୍ତିଶାଳୀ
ରହିଅଛି ମୂକ ସାକ୍ଷୀ ।
ଘରଠୁ ବାହାର ସହର ବଜାର
ଦେଖ ବା ଦେଶ ବିଦେଶ
ସବୁ ଠାରେ ସତ୍ୟ ଓଠେ ଭରେ ହସ
ମିଥ୍ୟା ଦେଇଥାଏ କ୍ଳେଶ ।
ସତ୍ୟ ଚଲାପଥ ଲୁହ ଭରି ଦିଏ
ମିଥ୍ୟାଟି କଣ୍ଟକମୟ
ହେଲେ ଅସତ୍ୟର ହୁଏ ପରାଜୟ
ସତ୍ୟଟି ହୁଅଇ ଜୟ ।
ଦୋଷୀ ହୁଏ ଯେବେ ଦଣ୍ଡ ପାଇଥାଏ
ଧର୍ମ ଅବତାର ସ୍ଥାନେ
ଯେତେ ଖେଳୁ ଥାଉ ଦିନେ ନା ଦିନେ ସେ
ରହି ପାରେନି ଗୋପନେ ।
ମହାଭାରତରେ ଶ୍ରୀକୃଷ୍ଣ ଅର୍ଜୁନେ
ଏଇ ଶିକ୍ଷା ଦେଇଥିଲେ
ଯୁଗ ଯୁଗ ପାଇଁ ଧର୍ମର ସ୍ଥାପନ
ଧର୍ମ ଯୁଦ୍ଧେ କରାଇଲେ ।
ପିତାମହ ଭୀଷ୍ମ ଶିକ୍ଷାଗୁରୁ ଦ୍ରୋଣ
&nbs
p; କେତେ କେତେ ମହାରଥି
ଅନ୍ୟାୟ ଅଧର୍ମେ ହେଇ କରଳିତ
ମୃତ୍ୟୁକୁ କରିଲେ ସାଥୀ ।
ଧର୍ମ ଚକ୍ର ଧରି ପ୍ରଭୁ ଚକ୍ରଧାରୀ
ଧର୍ମକୁ ସେ ରକ୍ଷା କଲେ
ସତ୍ୟର ବିଜୟ ଦେଖାଇ ଜଗତେ
ଅସତ୍ୟ ବିଲୋପ କଲେ ।
ସତ୍ୟ ଧର୍ମ ମାର୍ଗେ ସର୍ବଦା ରହିଣ
ଜ୍ଞାନାଲୋକ ଶିକ୍ଷା ଦେଲେ
ଅନୀତି ମାର୍ଗଟା ପରାଜୟ ଭରା
ଅନୁଭବ କରାଇଲେ ।
ସ୍କୁଲ୍, ଅଦାଲତ ସୁପ୍ରିମକୋର୍ଟ
ଅବା ହାଇକୋର୍ଟ ଦେଖ
ସମ୍ରାଟ ଅଶୋକ ଅଶୋକ ସ୍ତମ୍ଭରେ
ସତ୍ୟମେବେ ଧ୍ୟାନ ରଖ ।
ସବୁ ହୃଦୟରେ ବସା ବାନ୍ଧି ଅଛି
ଏଇ ସତ୍ୟମେବ ବାଣୀ
ତାହା ପାଇଁ ଆଜି ଏ ସୃଷ୍ଟି ରହିଛି
ତିଷ୍ଠିଛି ଏଇ ଧରଣୀ ।
ହସୁଛି ଜଗତ ବଞ୍ଚି ଅଛି ସତ୍ୟ
ମାନବ ପାଇଛି ଶିକ୍ଷା
ସତ୍ୟ ମେବ ଅଟେ ଅକାଟ୍ୟ ବଚନ
ଗୁରୁ ରାମଦାସ ଦୀକ୍ଷା ।
ଛତ୍ରପତି ଶିବାଜୀଙ୍କ ଆଖି ଖୋଲି
ଧରେଇ ସେ ଭୀକ୍ଷା ଥାଳ
ସତ୍ୟର ସନ୍ଧାନେ ଜାଗ୍ରତ କରାଇ
ଅସତ୍ୟକୁ ଦେଲେ କାଳ ।
ଯୁଗ ଯୁଗ ପାଇଁ ଏଇ ସତ୍ୟମେବ
ବିଜୟର ସ୍ବାଦ ଦିଏ
ସତ୍ୟର ସନ୍ଧାନେ ଅସତ୍ୟ ପତନ
କାଳ ଠାରି ହସୁ ଥାଏ ।