STORYMIRROR

Santanu Bisoi

Action Others

3  

Santanu Bisoi

Action Others

ସତ୍ୟାଗ୍ରହ।

ସତ୍ୟାଗ୍ରହ।

1 min
251

କୁହ ଗାନ୍ଧୀ କୁହ ଅହିଂସା ନୀତିଟା

ବନ୍ଧା ପଡିଛି କି ଆଜି?

ଅନଶନ କଲେ ନ୍ୟାୟ ଟିକେ ପାଇଁ

ଦୁର୍ଦ୍ଧାନ୍ତ ଉଠନ୍ତି ଗର୍ଜି।।


କୁତ୍ସାରଟନା ନିରନ୍ତର ଚାଲେ

ଅନଶନ କର୍ତ୍ତା ପାଇଁ

ସତ୍ୟାଗ୍ରହୀକୁ ଚିକିତ୍ସାର ଆଳେ

ନିଅନ୍ତି ଦର୍ପେ ଉଠାଇ।।


ଆମ ସମ୍ବିଧାନେ ଗାନ୍ଧୀ ନୀତି ଟା

କୁହ ରଖିଛ କି ନାହିଁ?

କୁହ କୁହ ଗାନ୍ଧୀ, ଗାନ୍ଧୀଶବ୍ଦଟା

ପ୍ରଯୁଜ୍ୟ କି ଆମ ପାଇଁ??


ଗରିବ ମୂଲିଆ ନାରୀ ଖଟିଖିଆ

ତୀବ୍ର ତାଡନା ତଳେ

ନ୍ୟାୟ ପାଏ ନାହିଁ ସତ୍ୟାଗ୍ରହ କରି

ଅନ୍ୟାୟ ନିଆଁରେ ଜଳେ।।


ଶର ଗୁନ୍ଥେ ଏଠି ହାକିମ ଅମଲା

ଗାନ୍ଧୀନୀତି ବିରୋଧରେ

ଦାସତ୍ୱ ବନ୍ଧନେ ଖବରକାଗଜ

ଥାଏ ସଦା ନିରନ୍ତରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action