STORYMIRROR

Lata Behera

Abstract

4  

Lata Behera

Abstract

ସତ୍ୟ

ସତ୍ୟ

2 mins
327


ସତ୍ୟ ଠାରୁ ବଳି     ଦୂନିଆରେ ଆଉ 

      ବଡ କିଛି ବି ତ ନାହିଁ 

ସତ୍ୟ ରକ୍ଷା ପାଇଁ     ରାଜା ଦଶରଥ

      ଦେଇଥିଲେ ବର ଦୁଇ ।

 ସତ୍ୟ ରକ୍ଷା ପାଇଁ       ପ୍ରଭୁ ରାମଚନ୍ଦ୍ର 

       ବନବାସ ଯାଇଥିଲେ 

ସତ୍ୟ ରକ୍ଷା ପାଇଁ      କିସ୍କିନ୍ଧ୍ୟାର ରାଜା 

       ବାଳୀକୁ ବିନାଶି ଥିଲେ ।

ସତ୍ୟରେ ଚାଲିଛି ଏଇତ ଜଗତ

ସତ୍ୟ ପାଇଁ ସୂର୍ଯ୍ୟ      ଚନ୍ଦ୍ର ଆତ ଯାତ

      ସତ୍ୟ ପାଇଁ ଅଛି ମହୀ ।

ସତ୍ୟ ଠାରୁ ବଡ     ଆଉ କିଛି ବିତ

      ଏଇ ଦୁନିଆରେ ନାହିଁ ।


ସତ୍ୟ ରକ୍ଷା ପାଇଁ     ରାଜା ବସୁଦେବ

      କଂସେ ଦେଲେ ଛଅ ପୁତ୍ର

ସତ୍ୟ ରକ୍ଷାକରି     ଶହେ ଦୋଷ ପରେ

       କୃଷ୍ଣେ ଶିଶୁପାଳ ହତ ।

ସତ୍ୟ ରକ୍ଷା କରି      ତିନି ପାଦ ଭୂମି

      ଦେଇଥିଲେ ରାଜା ବଳୀ

ବାମନ ବେଶରେ      ପାତାଳେ ଚାପିଲେ 

      ତାହାଙ୍କୁ ଯେ ବନମାଳୀ ।

ପର୍ଶୁରାମ ପିତା ଆଗେ କଲେ ସତ୍ୟ 

ଫାର୍ଶେ ମା ରେଣୁକା ମୁଣ୍ଡ କଲେ ଛେଦ

     କିମ୍ବଦନ୍ତୀ ଅଛି ରହି ।

ସତ୍ୟ ଠାରୁ ବଡ       ଏଇ ଦୁନିଆରେ 

      ଆଉ କିଛି ବି ତ ନାହିଁ ।


ସତ୍ୟ ରକ୍ଷାକରି     ରାଜା ହରିଶ୍ଚନ୍ଦ୍ର 

      ଶୈବ୍ୟାଙ୍କୁ ଯେ ବିକ୍ରି କଲେ

ମଶାଣୀ ରକ୍ଷକ     ହରିଆ ପାଖରେ

      ଶ୍ମଶାନକୁ ଜଗିଥିଲେ ।

ସତ୍ୟ ରକ୍ଷା କରି      ମହାଦାନୀ କର୍ଣ୍ଣ 

       ପୁତ୍ରକୁ ଯେ ମାରିଥିଲେ 

ସତ୍ୟ ରକ୍ଷା କରି       ନିଜର ମୃତ୍ୟୁକୁ

     କୁନ୍ତୀ ଇନ୍ଦ୍ରେ ଟେକି ଦେଲେ ।

ସତ୍ୟ ରକ୍ଷାକରି ପିତାମହ ଭୀଷ୍ମ

ଯାଇଥିଲେ ରହି ସେ ଅବିବାହିତ 

     ଶରଶର୍ଯ୍ୟେ ଥିଲେ ଶୋଇ ।

ସତ୍ୟ ଠାରୁ ବଡ       ଏଇ ଦୁନିଆରେ 

     ଆଉ କିଛି ବି ତ ନାହିଁ ।


ସତ୍ୟ ରକ୍ଷାକରି       ସୁଦଶା ବ୍ରତକୁ 

     ନଳ ରାଜା ଦେଇଥିଲେ 

ପ୍ରଜା ବତ୍ସଳ ସେ      ମହାଲକ୍ଷ୍ମୀ କୋପେ

       ଦୁବ ଘାସ କାଟି ଥିଲେ ।

ସତ୍ୟ ତ ଯୋଉଠି      ଭଗବାନ ସେଇଠି

      ସତ ପାଇଁ ଭାତ ଥାଏ 

ଅସତ୍ୟର ପାଦ       ସେଇଠି ଅଟକେ ନା

      ଆଗକୁ ସେ କେବେ ଯାଏ ।

ସତ୍ୟର ପାଖରେ ଧର୍ମ ଆତଯାତ

ଅସତ୍ୟ ପାଖରେ ନା ପଡେ ପାଦ 

      ସତ୍ୟେ ଥାନ୍ତି ଭାବଗ୍ରାହୀ ।

ସତ୍ୟ ଠାରୁ ବଳି      ଆଉ କିଛି ବିତ 

      ଦୁନିଆରେ ବଡ ନାହିଁ ।


ସ୍ୱାମୀ ସ୍ତ୍ରୀଙ୍କର       ସତ୍ୟର ବିଶ୍ୱାସେ

      ସଂସାର ଯେ ଚାଲିଥାଏ

ଅସତ୍ୟ ଯୋଉଠି      ଆସିଯାଇ ଥାଏ

      ସମ୍ପର୍କରେ ଫାଟ ହୁଏ ।

ସତ୍ୟର ପାଖରେ       ହୃଦୟ ଯେ ବନ୍ଧା 

      ଘର ବାଟ ଖୋଲାଥାଏ

ଅସତ୍ୟ ଯୋଉଠି      କାରବାର ହୁଏ

     ବାଟ ଦର୍ଜା ବନ୍ଦ ହୁଏ ।

ସତ୍ୟରେ ଯେ ରହେ ବଞ୍ଚେ ଯେ ସତ୍ୟରେ  

ଏଇ ଦୁନିଆରେ ନା ସିଏ ହାରେ

     ପ୍ରଭୁ ହେଇଥାନ୍ତି ଛାଇ ।

ସତ୍ୟ ଠାରୁ ବଡ      ଏଇ ଦୁନିଆରେ 

     ଆଉ କିଛି ବିତ ନାହିଁ ।


ସତ୍ୟ ପାଇଁ ଏଠି       ବହଇ ସମୀର 

      ବରଷେ ବରଷା ଧାରା 

ଅସତ୍ୟ ଅନ୍ୟାୟ      ଅଧର୍ମେ ପଶିଲେ  

       ଶିରୀହୀନ ବସୁନ୍ଧରା ।

ଏଇ ଜୀବନକୁ     କି ଅବା ଭରସା 

      ଏଇ ଅଛି ଏଇ ନାହିଁ 

ମଶାଣୀ ଭୂଇଁର      ମୁଠେ ପାଉଁଶରେ 

      ଯିବ ସିଏ ଶେଷ ହେଇ ।

ସତ୍ୟରେ ପଥରେ ମିଳେ ସିନା କଷ୍ଟ 

ହେଲେ ଥାଏ ସେଠି ମୁକତିର ବାଟ 

      ସତ୍ୟ ଅଟେ ଚିରସ୍ଥାୟୀ ।

ସତ୍ୟ ଠାରୁ ବଡ      ଏଇ ଦୁନିଆରେ 

      ଆଉ କିଛି ବି ତ ନାହିଁ ।



Rate this content
Log in

Similar oriya poem from Abstract