Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Inspirational

4  

Bijay Prusty

Inspirational

ସତ୍ୟ ସପକ୍ଷରେ

ସତ୍ୟ ସପକ୍ଷରେ

1 min
175



କିଏ ସେ ଗୋ ତୁମେ ମିଥ୍ୟା ସ୍ୱରୁପିଣୀ

କେଉଁଠୁ ଆସିଲ ତୁମେ

ତିଆରିଲ କେତେ ମିଥ୍ୟା ମହଲ

ସତ୍ୟର ନିତ୍ୟଧାମେ I


ଏତିକି ଟିକିଏ ବୁଝି ପାରିଲନି

ମିଥ୍ୟା ଆୟୁଷ ହୀନ

ସତ୍ୟ ନିଃଶ୍ୱାସେ ଚାଲିଛି ଜୀବନ

ମିଥ୍ୟା ସଦା ହୀନିମାନ I


ମିଥ୍ୟାର ଆୟୁଷ ଅଢେଇଦିନ ଗୋ

ସତ୍ୟ ଅଟେ ଚିରନ୍ତନ

ସତ୍ୟର ଶିର ଉନ୍ନତ ସଦା

ମିଥା ଅଟେ ଶକ୍ତିହୀନ I


ଏବେ ବି କହୁଛି ଚିତ୍କାର କରି

କିଛି ହୋଇନାହିଁ ଡେରି

ସତ୍ୟପଥକୁ ଆପଣେଇ ନିଅ

ମିଥ୍ୟାକୁ ପଛ କରି I


ନହେଲେ ହୁଏତ ବେଳ ଆସିପାରେ

ପାଖରେ ନଥିବେ କେହି

ଯୌବନ ନଥିବ ଧନ ବି ନଥିବ

ସତ୍ୟ ଥିବ ପାଖେ ରହି I

       


Rate this content
Log in

Similar oriya poem from Inspirational