STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ସତ୍ୟ ର ହେଉ ଜୟ

ସତ୍ୟ ର ହେଉ ଜୟ

1 min
230

ଆଜିର ଖବର ନଜର ଦେଲି ମୁଁ 

ସମାଜ ସମ୍ଵାଦ ପତ୍ରେ

ଗୋପରେ ପୁତନା ସମାନ ପତ୍ରିକା 

ଆହାକି ସୁନ୍ଦର ଦିଶେ 


ଅକର୍ମା ମଦ୍ୟପ କହୁଛି ହେଲାଣି 

ଗ୍ରାମ ସୁକର ରୁ ଗାଈ

ପାଂସୁଳା କହୁଛି ମୁହଁ ଟାଣେ ସତୀ 

ସାବିତ୍ରୀ ଅଟଇ ମୁହିଁ


ସାଧୁ ସନ୍ୟାସୀ ଜପ ଧର୍ମ ତେଜି 

ଚରିତ୍ରେ ଦୁଃସ୍କର୍ମ କଳା

କଳଙ୍କ ବୋଝରେ ଚରିତ୍ର ସଂହାର 

ବିଷୟା ରସରେ ଭୋଳା


ସୁରା,ସାକି ଭୋଳା କାମ ବିଷ ଜ୍ଵାଳା 

ବାଳା ବଳି ପଡ଼ିଥାଏ

ଲୋତକେ ଶିକ୍ତ ଧରିତ୍ରୀ ପଣତ 

ନାହିଁ ସୁଖ, ଶାନ୍ତି ହାଏ


ସର୍ବ ବୃହତମ ଗଣତନ୍ତ୍ର ରେ 

ଦୁଷ୍କର୍ମ,ଦୁଃର୍ନୀତି ନୀତି

ସ୍ଵାସ୍ଥ୍ୟ, ଶିକ୍ଷା, ସ୍ଵାଧୀନତା ର ସପନ 

ଏବେବି ଦେଖଇ ଜାତୀ


ଗଙ୍ଗଦତ୍ତ ରାଜ୍ୟେ କୃଷ୍ଣ ସର୍ପ ରାଜା 

ବଂଶ ନିର୍ବଂଶ ବେଳେ

ଘୋଡାମୁ‌ହାଁ ପୁତ୍ର ଅହଂକାର ବଶେ 

ମରଣର ସାଥେ ଖେଳେ


କିଏ ଅଛ ବନ୍ଧୁ କବି,କଳାକାର,

ବିଜ୍ଞାନି, ପଣ୍ଡିତ,ନେତା

ଅବା ଜଗନ୍ନାଥ ବଳିଆର ଭୁଜ 

ଜାତୀକୁ କରିବେ ରକ୍ଷା


ଏହି ଆଶା ନେଇ କବିର କବିତା 

ଶତ ତରଙ୍ଗ ତୋଳେ

ସତ୍ୟ ର ଜୟ ମୁଖରିତ ହେଉ 

ପବିତ୍ର ଗଙ୍ଗା ଜଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract