STORYMIRROR

Laxman Kumar Behera

Abstract

2  

Laxman Kumar Behera

Abstract

ସତ୍ୟ ଲେଖା

ସତ୍ୟ ଲେଖା

1 min
78


ଲୁଚି ଛପି କରି ନାହିଁ ଭାଇ' ସବୁ 

ମସ୍ତ ଭୁ 

କୁହ କୁହ ଥରେ କୁହ 

ଭଲପାଏ ବୋଲି ନିରବରେ, 

ଦୁଇ ପଦ କଥା ହୁଅ 

ଜୀଇଁ ଯିବି ତମ ବିରହରେ । ( ସ୍ଥାୟୀ ) 


ଶୂନ୍ଯତାକୁ ଆଜି ଜାବୁଡି ଧରି ମୁଁ 

ଲୁହ ଢାଳେ ପ୍ରିୟସଖୀ, 

ଜହ୍ନର ଦେହରେ ତମରି ଚେହେରା 

ଖୁସି ପାଏ ସିନା ଦେଖି ।


ଲାବଣ୍ଯା ରୂପସୀ 

ହେ ସମ ବୟସୀ 

ତମେ ଗଲା ପରେ ପରେ 

ଜମାରୁ ଶୁଖୁନି ଲୁହ   


କେମିତି କହିବି ତମେ 

ମନେ ପଡୁ ନାହଁ   ? ( ଅନ୍ତରା ) 


ଭଲପାଏ, ଭଲପାଏ, ଭଲପାଏ ବୋଲି   


ଅତୀତର ସବୁ ମଧୁର ମୁହୂର୍ତ୍ତ 

ମନେ ରଖିଛି ମୁଁ ମିତ, 

ପ୍ରତି କଥା ତଳେ ତମେ ଥାଅ ବୋଲି 

ଲେଖେ ମିଠା ମିଠା ଗୀତ ।


ଅମୃତା ଲଳନା 

ସ୍ବର୍ଗ ରାଜଜେମା 

ତମ କଥା ଭାବି ଦେଲେ 

ଛାତି ତଳେ ଉଠେ କୋହ   


କେମିତି କହିବି ତମେ 

ମନେ ପଡୁ ନାହଁ   ? ( ଅନ୍ତରା ) 


ମନେପଡ, ମନେପଡ, ମନେପଡ ବୋଲି   


ଭାବିଥିଲି ମୋର ସକଳ ଯନ୍ତ୍ରଣା 

ଲାଘବ କରିବ ସହୀ, 

ଯାହା ଦେଲ ତମେ ନିନ୍ଦା - ଅପମାନ 

ଜମା ଭୁଲି ପାରୁନାହିଁ ।


ଅହଲ୍ଯା ସୁନ୍ଦରୀ 

ଅଶ୍ବର୍ଯ୍ଯା ଅପ୍ସରୀ 

ତମେ ଭୁଲି ଗଲା ପରେ 

ନିଜର ହେଇଛି ଲୁହ   


କେମିତି କହିବି ତମେ 

ମନେ ପଡୁ ନାହଁ   ? ( ଅନ୍ତରା )

ଜିହେବ 

ଭାଗ ବଣ୍ଟାର ଫରକ ଆସିଲେ 

ପ୍ରେମ ଶ୍ରଦ୍ଧା ନାଶ ଯିବ 

ଧନ ଯୌବନ ନୁହଇଁ ସାମାନ୍ୟ 

ପଳେଇବ ସିନା ଦିନେ 

ଭାଇକି ଭାଗ ବାଡିକି ଶାଗ 

ସୁନା ଖଣ୍ଡେ ଥିବ କାନେ ll


ମରଣ ପୁର୍ବରୁ ଧର୍ମ ଅରଜିଲେ 

ଆନନ୍ଦରେ ମିଳେ ମୁକ୍ତି 

ପୂଜାପାର୍ବଣ ଓ ପ୍ରେମ ଭକ୍ତି ଥିଲେ 

ସମ୍ପର୍କରେ ମିଳେ ଶକ୍ତି ll


କିଏ ନାହିଁ କା'ର ମିଛ ଏ ଭାବନା 

ରକ୍ତ ଟି ଏକ ଗାଗରୁ 

ଜନମିଛୁ ଯେବେ ଗୋଟିଏ କୋଳରୁ 

ବର୍ତ୍ତିବେ ନାହିଁ ଭାଗରୁ ll


ଧର୍ମ ଭାବର ସମ୍ପର୍କ ରଖି 

ଧର୍ମର ହେଉ ଜୟ 

ସଭିଏଁ ଖୁସିରେ ଜୀବନ ଜିଅନ୍ତୁ 

ସମ୍ପର୍କ ହିଁ ହେଉ ପ୍ରିୟ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract