STORYMIRROR

ବଳରାମ ବାରିକ

Inspirational

2  

ବଳରାମ ବାରିକ

Inspirational

ସ୍ଟ୍ରାଇକ ପାଇଁ ସ୍ଟ୍ରାଇକ

ସ୍ଟ୍ରାଇକ ପାଇଁ ସ୍ଟ୍ରାଇକ

1 min
14.2K


ସୁଧିଜନେ ,ଶୁଣ କାନ ଡେରି ଥରେ

ସ୍ଟ୍ରାଇକ ପୁରାଣ ।

ଶୁଣିଲେ ଜାଣିବେ ୟାର ଅନେକ ଭିଆଣ।

ସୃଷ୍ଟି ରଚନା ଦିନରୁ ଚାଲିଛି ସ୍ଟ୍ରାଇକ।

ବ୍ରମ୍ହା ,ବିଷ୍ଣୁ ,ମହେଶ ଯେ ରହିଛନ୍ତି ସାକ୍ଷୀ।


ସ୍ଟ୍ରାଇକର ମୂଳ ଦୁଆ ଆମ ଦେଶେ ପକାଇଲେ ବାମ ଦଳ।

ଚାଷୀ ମୁଲିଆଙ୍କ ଦୁଃଖ ଦୂର ହୋଇଥିଲା ଯେ ଚଞ୍ଚଳ।


ଅନେକ ନାମରେ ଏହା ଅଟଇ ପ୍ରଚଳ।

ଅନଶନ,ବନ୍ଦ, ଘେରାଉ,ଚକା ଜାମ୍,ଧାରଣା, ପେନ ଡାଉନ ଆଉ ହରତାଳ।


ଅଧିକାର ଆଉ ହକ୍ ମାଗିବାର ଏହା ଅଟେ ଉତ୍ତମ ସାଧନ।

କୁପ୍ରୟୋଗ କରି ଆମେ କରୁ ଅଘଟଣ।

ଶାନ୍ତି ପୂର୍ଣ୍ଣ ଉପାୟରେ ହୋଇପାରେ ବି ସମାଧାନ।


ନଷ୍ଟ କରୁ ଜାତୀୟ ସମ୍ପତି ଲଗାଇଣ ନିଆଁ।

ନିଚ ସ୍ୱାର୍ଥ ପାଇଁ ଅଗ୍ନିରେ କରୁ ସ୍ଵାହା ସ୍ଵାହା ।


ଟାୟାର ଜାଳିଣ କରୁ ବାୟୁ ପ୍ରଦୁଷଣ।

ଆମ୍ବୁଲାନ୍ସ ଜାମ୍ ରେ ଫସି ,ଯାଏ ରୋଗୀ ପ୍ରାଣ।

ଅଘୋଷିତ ସ୍ଟ୍ରାଇକ ଆଣେ ବାଧା ସଭିଙ୍କ କାମରେ।

ବିନା ଦୋଷେ ଦଣ୍ଡ ଭୋଗନ୍ତି ଜନସାଧାରଣରେ ।

କାକୁତି ମିନତି କରି ରାସ୍ତା ମାଗିଲେ ମିଳେ ଖାଲି ମାଡରେ।


ବନ୍ଦ ପାଇଁ ବନ୍ଦ ରହେ ବ୍ୟାଙ୍କ ସରକାରୀ କାର୍ଯାଳୟ ଓ ଶିକ୍ଷା ଅନୁଷ୍ଠାନ।

କାହା ସ୍ଵାର୍ଥେ ଏ ସ୍ଟ୍ରାଇକ , କେ କହିବ କାରଣ??


କି ପୁରୁଷ କି ନାରୀ ସଭିଏଁ କଲେଣି ସ୍ଟ୍ରାଇକ ।

ରାଜନୈତିକ ଦଳ ମାନେ କରନ୍ତି ବଜାଇଣ ମାଇକ।


ସ୍ଟ୍ରାଇକ ଯୋଗୁ ଉତ୍ପାଦନ ଆଉ ଦେଣନେଣରେ ଉପୁଜଇ ବାଧା ।

ଲାଭ କମ୍ ହାନି ଅଧିକ ଖାଲି ଅସୁବିଧା।

ବେଳେ ବେଳେ ଇଚ୍ଛା ହୁଏ ...

ଏ ସ୍ଟ୍ରାଇକ ପାଇଁ ସ୍ଟ୍ରାଇକ

କରି ,କରିଦିଅନ୍ତି ସଭିଙ୍କୁ ସିଧା।


✍ବଳରାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational