STORYMIRROR

Chittaranjan Parida

Inspirational

4  

Chittaranjan Parida

Inspirational

ସତରଞ୍ଜ

ସତରଞ୍ଜ

1 min
24.3K

ଜୀବନ ଏକ ଖେଳ

ସତରଞ୍ଜ ପରି

ସମୟ ନିର୍ଦ୍ଦିଷ୍ଟ

ନିୟମ ନ ଜାଣି ଖେଳିଲେ

ହାରିବା ନିଶ୍ଚିତ ।

ଜୀବନେ ଅନେକେ ରିପୁ ଆସନ୍ତି

ଅନେକ ଚାଲାକି ଆଉ କପଟତା ନେଇ

ସାମ୍ନାସାମ୍ନି ହୁଅନ୍ତି 

ସେମାନଙ୍କୁ ଠିକ୍ ଭାବେ ବୁଝି

ଚତୁରତା ଆଉ ବୁଦ୍ଧିମତାରେ

କରିବାକୁ ହୁଏ ପ୍ରତିହତ,

ଟିକିଏ ବେପାରୁଆ ହେଲେ

ପରାଜୟ ଆସେ

ମୃତ୍ୟୁ ହୁଏ ଉପସ୍ଥିତ ।

ସତରଞ୍ଜର ପଦାତିକ ଛୋଟ ହେଲେବି

ଅଟେ ସେ ମହାନ

ଏକାକୀ ଆଗକୁ ବଢିଚାଲେ

ଭୟଶୂନ୍ୟ ହୋଇ,

ଜିତିବାର ସମ୍ଭାବନାକୁ ଜାବୋଡିଧରି

ସୁରକ୍ଷାର ଢାଲ ହୋଇ ।

କେବେ ସେ ପଛକୁ ଫେରେନା

ପ୍ରତିପକ୍ଷ ହେଉ ଯେତେ ବଳଶାଳୀ

ତା'ବାଟକୁ ଓଗାଳେ

ଛଳେ ବଳେ ଅବା କୌଶଳେ।

ମାୟାଚକ୍ରର ପରିଧି ଭିତରେ

ଅବା ସମସ୍ୟାର ଚକ୍ରବ୍ୟୁହ ମଧ୍ୟେ

ସତରଞ୍ଜର ପଦାତିକ ପରି

ଜୀବନ ଗତିଶୀଳ

ବୁଦ୍ଧିଭ୍ରଷ୍ଟ ହେଲେ ଦିଗହରା ହୁଏ

ସାମ୍ନା କରି ନ ପାରିଲେ

ହାରିବାକୁ ହୁଏ।

ଜିତିବାକୁ ହେଲେ

ସତରଞ୍ଜ ଖେଳକୁ ବୁଝିବାକୁ ହେବ,

ବୁଝିଗଲେ

ଜୀବନ ଖେଳର ଖେଳିବା କୌଶଳ

ଅନାୟାସେ ସାଧ୍ୟ ହେବ ।



Rate this content
Log in

Similar oriya poem from Inspirational