ସ୍ତ୍ରୀ
ସ୍ତ୍ରୀ
ମୃତ୍ୟୁର ଶଯ୍ୟାରେ
ଶୋଇ ଯିଏ
ଦୁନିଆକୁ ଆଣେ
କୂଳ ପ୍ରଦୀପଟିଏ
ଅଗ୍ନିକୁ ସାକ୍ଷୀ ରଖି
ସାତ ଫେରା
ଯିଏ ଘୁରି ଥାଏ
ସୁଖରେ ଦୁଃଖରେ
ବାଟ ଚାଲିବାର
ସଂକଳ୍ପବୋଦ୍ଧ
ହୋଇ ଥାଏ
ସିଏ ପରା ସ୍ତ୍ରୀ
ତାପରିକା ଆଉ
ଧୈର୍ଯ୍ୟାଶିଳା
ହେବରେ କିଏ.....
ନିଜ ଘର ଛାଡ଼ି
ପରକୁ ଆପଣା କରେ
ନିଜେ ଲୁହ ପିଏ
ନିତି ସୁଖ ଯିଏ
ବାଣ୍ଟୁ ଥାଏ
ନିଜ ଇଚ୍ଛା ମାରି
ଅନ୍ୟର ଇଛାରେ
ଆପଣା ମନକୁ
ସ୍ଥିର କରି ଯିଏ
ରଖି ଥାଏ
ସିଏ ଆଦରଣୀୟା
ପ୍ରିୟର ପ୍ରିୟା
ଅଲିଓଳି
ସୁନା ନାକୀ
ବୋହୂଟିଏ......
କେବେ ଦୁର୍ଗା ବେଶେ
ଉଭା ହୋଇ
ପାପୀର ସଂହାର
କରଇ ସିଏ
ପୁଣି ସ୍ତ୍ରୀ ରୂପୀ
କୂଳ ଧର୍ମ
ପାଳି ଥାଏ......
ସଂସାର ଧର୍ମ ପାଳି
ମହନୀୟା
ସିଏ ହୁଏ
କେଡ଼େ ଜତନେ
ପିଲାଛୁଆ ପାଳି
ସଭିଙ୍କୁ ଆପଣାର
କରି ଥାଏ......
ନିଜେ କ୍ଷୁଧାରେ ରହି
ଅନ୍ୟର ପେଟ କଥା
ସହଜେ ସିଏ
ବୁଝି ପାରି ଥାଏ
ସିଏ ପୁଣି କାହାର
ମାଆ, କାହାର ଭଉଣୀ
ଅବା କାହାର
ସ୍ତ୍ରୀ ହୋଇ ଥାଏ.......

