STORYMIRROR

Ajay kumar Behera

Romance

3  

Ajay kumar Behera

Romance

ସ୍ତ୍ରୀ

ସ୍ତ୍ରୀ

1 min
251


ମୃତ୍ୟୁର ଶଯ୍ୟାରେ

ଶୋଇ ଯିଏ

ଦୁନିଆକୁ ଆଣେ

କୂଳ ପ୍ରଦୀପଟିଏ

ଅଗ୍ନିକୁ ସାକ୍ଷୀ ରଖି

ସାତ ଫେରା 

ଯିଏ ଘୁରି ଥାଏ

ସୁଖରେ ଦୁଃଖରେ

ବାଟ ଚାଲିବାର

ସଂକଳ୍ପବୋଦ୍ଧ

ହୋଇ ଥାଏ

ସିଏ ପରା ସ୍ତ୍ରୀ

ତାପରିକା ଆଉ

ଧୈର୍ଯ୍ୟାଶିଳା

ହେବରେ କିଏ.....


ନିଜ ଘର ଛାଡ଼ି

ପରକୁ ଆପଣା କରେ

ନିଜେ ଲୁହ ପିଏ

ନିତି ସୁଖ ଯିଏ

ବାଣ୍ଟୁ ଥାଏ

ନିଜ ଇଚ୍ଛା ମାରି

ଅନ୍ୟର ଇଛାରେ

ଆପଣା ମନକୁ

ସ୍ଥିର କରି ଯିଏ

ରଖି ଥାଏ

ସିଏ ଆଦରଣୀୟା

ପ୍ରିୟର ପ୍ରିୟା

ଅଲିଓଳି

ସୁନା ନାକୀ

ବୋହୂଟିଏ......


କେବେ ଦୁର୍ଗା ବେଶେ

ଉଭା ହୋଇ

ପାପୀର ସଂହାର

କରଇ ସିଏ

ପୁଣି ସ୍ତ୍ରୀ ରୂପୀ

କୂଳ ଧର୍ମ 

ପାଳି ଥାଏ......


ସଂସାର ଧର୍ମ ପାଳି

ମହନୀୟା

ସିଏ ହୁଏ

କେଡ଼େ ଜତନେ

ପିଲାଛୁଆ ପାଳି

ସଭିଙ୍କୁ ଆପଣାର

କରି ଥାଏ......


ନିଜେ କ୍ଷୁଧାରେ ରହି

ଅନ୍ୟର ପେଟ କଥା

ସହଜେ ସିଏ

ବୁଝି ପାରି ଥାଏ

ସିଏ ପୁଣି କାହାର

ମାଆ, କାହାର ଭଉଣୀ

ଅବା କାହାର

ସ୍ତ୍ରୀ ହୋଇ ଥାଏ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance