STORYMIRROR

Banasmita Panda

Abstract Fantasy

3  

Banasmita Panda

Abstract Fantasy

ସ୍ତ୍ରୀ ମନ

ସ୍ତ୍ରୀ ମନ

1 min
214


କାସ ସ୍ତ୍ରୀ ମନର ଭି

କିଛି ଉପଚାର ଥାନ୍ତା

ସିଟିସ୍କାନ ହୁଅନ୍ତା

ଦେଖନ୍ତେ ତାର

ଅସରମର୍ଥତା, ଅନ୍ତର୍ନିହିତ କ୍ଷତ

ଅପମାନ ବିଶ୍ଳେଷଣ ପୂର୍ବକ ଢ଼ୋକ

ଆଶା, ଉପେକ୍ଷା ର ରା଼ଞ୍ଚୁଡା ଚି଼ହ୍ନ

ଗ୍ରହଣ କରା ନ ଯାଇଥିବା

ଆବେଦନର ପୃଷ୍ଠଭୂମି

ଯୋଉଠି ପ୍ରେମ ର ମୂଲ୍ୟ

ଅର୍ଥହୀନ, ଅନାବଶ୍ୟକ।

କାସ ସ୍ତ୍ରୀ ମନର

ସିଟିସ୍କାନ ହୁଅନ୍ତା

ଶୁଣିବାକୁ ମିଳନ୍ତା

ତାର ରୋଦନ, ଆବେଦନ

ଇଚ୍ଛାର ଶେଷ ଧୀମ ନିଶ୍ୱାସ

ଲୁହରେ ଓଦା ମନ ଭିତର

ଭୂଇଁ ଗୁଡିକ

ଏକାନ୍ତରେ ଆତ୍ମାର କ୍ରନ୍ଦନ ।

କାସ ସ୍ତ୍ରୀ ମନର

ସିଟି ସ୍କାନ ହୁଅନ୍ତା କି

ଅନୁଭବ ହୁଅନ୍ତା

ଲକ୍ଷେ ତାରାର ହସ

ଭିତରେ ଲୁଚି ରହିଥିବା

ନିସ୍ଵାର୍ଥ ଭାବନା

ଜୀବନ ବଞ୍ଚିବାର

ଆକାଂକ୍ଷା

ଅସହ୍ୟ କଷ୍ଟ ଏବଂ ଅନବରତ

ଅଣନିଶ୍ୱାସୀ ପୃଥିବୀ

ହସିବାକୁ ଚାହେଁ

ତାକୁ ଟିକେ ହସିବାକୁ ଦିଅ

କାନ୍ଦିବାକୁ ଚାହେଁ

ତାକୁ ଟିକେ ପ୍ରେମ ଦିଅ

ସ୍ନେହ ମମତା ରେ ଭରା

ତା ଅସ୍ତିତ୍ବ

ତାକୁ ଟିକେ ବଞ୍ଚିବାକୁ ଦିଅ .।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract