STORYMIRROR

subrat kumar jena

Inspirational Others

3  

subrat kumar jena

Inspirational Others

ସତରେ ମୁଁ ଭାଗ୍ୟବାନ

ସତରେ ମୁଁ ଭାଗ୍ୟବାନ

2 mins
952


ସତରେ ମୁଁ ଭାଗ୍ୟବାନ

ମୁଁ ପାଇଛି ମୋ ଜୀବନ ଜୀଇଁବାର ମଜା

ମୋ ଛୋଟ ବେଳ ମୋ ପିଲା ଖେଳ

ଥିଲ କେତେ ସୁନ୍ଦର ପୁଣି ଭରି ଥିଲା କେତେ ହୁନ୍ଦର୍

ମାର କୋଳ, ଝାଟି ମାଟି ଘରର ଚାଳ

ଯେଉଁଠି କଟିଛି ମୋ ଶୈଶବ ପୁଣି ମୋ ବାଲ୍ୟକାଳ

ସେ ଆନନ୍ଦ ଆଜି କାହିଁ

ଯାହା ମୁଁ ପାଇଥିଲି ଚୁଡ଼ା ଚାହା ଗୋଳାରେ

ତା ସ୍ଥାନ କଣ ନେଇପାରେ ଆଜିର ମ୍ୟାଗି ଆଉ ଚାମିନି

ଗାଁ ଦାଣ୍ଡରେ ତାଳ ଚକରେ ହୋଇଥିବା ପ୍ରତିଯୋଗିତା

ପୁଣି ଚୋର ପୁଲିସ,କିତି - କିତୀ ଖେଳ

ଦେଇ ପାରେନି ଆଜିର ଏ କମ୍ପ୍ୟୁଟର

ବେଶୀ ନ ହେଲେବି ଖଣ୍ଡିଏ ପୋଷାକରେ ମୋତେ ମିଳୁଥିଲା

ସରଗ ପରି ସୁଖର ଅନୁଭୂତି

ଯାହାକୁ ବାପା ଆଣୁ ଥିଲେ ଅତି ସ୍ନେହରେ

ସମସ୍ତଙ୍କ ଖର୍ଚ୍ଚରୁ କାଟି

ଯାହା ମିଳେ ନାହିଁ ମୋତେ ଆଜି ମୋ ସ୍ୱ ଅର୍ଜିତ ଅର୍ଥରୁ

କରିଥିବା ମାଳ ମାଳ ପୋଷାକରେ

ଆଜି ବି ମୋର ଇଛା ହୁଏ

ମୁଁ ପଡନ୍ତି କି ଜରରେ ଆଉ ପାଆନ୍ତି ବୋଉର ସ୍ନେହ

ଯାହା ମୋ ଲାଗି ଆଜି ଦୁର୍ଲଭ ଏ ଜନ୍ମରେ

ନେବାକୁ ଇଛା ହୁଏ ମଜା ମୋ ଲାଗି ବୋଉର ଅଲଗା ରୋଷେଇର

ଘରୁ ପୁଣି ଚୋରି କରିବାକୁ ବିଭିନ୍ନ ଜିନିଷ

ନିଜେ ଦୋଷକରି ଅନ୍ୟ ଉପରେ ଲଦିବାକୁ

କେତେ ବର୍ଷାରେ ଭିଯିଛି ମୁଁ

କେତେ ମାଡ଼ ଆକଟ ସହିଛି ମୁଁ

ତଥାପି ମୋ ଜୀବନ ମୋତେ ଦେଇଛି

ମୋର ସବୁ ଠାରୁ ସୁବର୍ଣ୍ଣ ଦିନ

ମୋ ପିଲା ଦିନ,ମୋ ଗାଁ ପରିବେଶ,ମୋ ସାଙ୍ଗ ସାଥିର ମେଳ

କାହିଁ ଗଲା ଆଜି ସେହି ଜାନି ଯାତରା

ନା - ନା ସବୁ ଅଛି ତା ଜାଗାରେ

ଖାଲି ଯାହା କମି ଯାଇଛି

ସ୍ନେହ,ପ୍ରେମ, ଉତ୍ସାହ ଆଉ ଉଦ୍ଦୀପନା

ଗାଁ ମୋର ଆଉ ଶଗଡର ମୁଖ ଦେଖୁନି

ଢ଼ିଙ୍କି ଗୁଡା ପଡିଛନ୍ତି ନିର୍ଜୀବ ସାପ ପରି

ଘରର କେଉଁ କୋଣରେ

କୁମ୍ଭାର ବି ଗଢୁ ନାହିଁ ଜାତି ଜାତିକା ମାଟିର ଦରବ

ମୋ ପିଲା ବେଳ ଭରି ଥିଲା କେତେ ଜାତିର ଖେଳ

ନା ପଡୁଥିଲା ମାଲୁମ୍ ସଂଜ ଅବା ସକାଳ

ସମୟ କିନ୍ତୁ ଛଡ଼ାଇ ନେଇଛି ଏ ସବୁ ଆଜି

ସମସ୍ତେ କାଟୁଛନ୍ତି ଜୀବନ

ରୁଟିନ୍ ଲାଇଫ୍ ର ମଜୁବୁତ୍ ସିକ୍କୁଲିରେ

ସେଥି ଲାଗିତ ମୁଁ ଭାଗ୍ୟବାନ

ମୁଁ ଜୀଇଁଛି ମୋ ଜୀବନକୁ ପୁରୁଣା ଢଙ୍ଗରେ

ମାଟି ମା କୋଳରେ

ପ୍ରକୃତି ସାଥିରେ ଗାଆଁ ପରିବେଶରେ

ସତରେ ମୁଁ ବହୁତ ଭାଗ୍ୟବାନ ।

(ସୁବ୍ରତ ଜେନା ୯୭୭୬୨୦୮୯୩୦, ଯାଜପୁର)


Rate this content
Log in

Similar oriya poem from Inspirational