STORYMIRROR

Tapan Kumar Biswal

Classics Inspirational Children

3  

Tapan Kumar Biswal

Classics Inspirational Children

ସତରେ ମୋ ଗାଁ ବଦଳିନି

ସତରେ ମୋ ଗାଁ ବଦଳିନି

1 min
682


ଶସ୍ଯ ଶ୍ୟାମଳ

ବିଭବରେ ପୂର୍ଣ୍ଣ

ମନମୁଗ୍ଧ ପ୍ରାକୃତିକ ସୌନ୍ଦର୍ଯ୍ୟ

ଗାଁରୁ ବିଲୁପ୍ତ ପ୍ରାୟ ll


ନୂଆଣିଆ ଚାଳ ଛପର ଘର

ଚାଳରେ କାକୁଡି କଖାରୁ ପାଣି କଖାରୁ ଲତା

ବାଡ଼ିରେ ଆମ୍ବ ପଣସର ବିଶାଳ ବୃକ୍ଷ

ଏବେ ତ ସାତ ସ୍ୱପ୍ନ ll


କିନ୍ତୁ ସମୟ ସାଥେ ତାଳଦେଇ

ବଦଳି ଯାଇଛି

ଗାଁର ସେଇ ପୁରୁଣା ଅଙ୍କା ବଙ୍କା

ମାଟି କାଦୁଅ ରାସ୍ତା ll


ଗଢି ଉଠିଛି ଅନେକ ଗୁଡ଼ିଏ

ନୂଆ ନୂଆ କୋଠା ଘର

ଆଉ କିଛି ନୂଆ କ୍ଲବ ଘର

ଗାଁର ମଝିରେ ll


କିନ୍ତୁ ଏବେ ବି ରହିଛି

ସେଇ ପୁରୁଣା ମନ୍ଦିର

ଯେଉଁଠି ପ୍ରତିଦିନ ଭଳି

ଆଜି ମଧ୍ଯ ସଞ୍ଜ ସକାଳେ ଶୁଭେ

ଘଣ୍ଟ ଆଉ ଶଙ୍ଖର ପବିତ୍ର ଧ୍ଵନି ll


ପ୍ରକୃତିର ଶୋଭରାଜି

ବଦଳି ଯାଇଛି କିଛି ମାତ୍ରାରେ

କିନ୍ତୁ ବଦଳିନି ଗାଁ ଲୋକଙ୍କ

ମନ ଆଉ ହୃଦୟ

ସତରେ ମୋ ଗାଁ ବଦଳିନି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics