STORYMIRROR

Geetanjali Prusty

Action

4  

Geetanjali Prusty

Action

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

1 min
219


ଧରାପୃଷ୍ଠେ ନାହିଁ ଆଜି ବସନ୍ତ ର ଆବାହନୀ

ଶୁଭୁନାହିଁ କୋକିଳର ମଧୁର କାକଳି

ଖାଲି ଏଠି ଗହ ଗହ ଗ୍ରୀଷ୍ମ ଆଉ ଗ୍ରୀଷ୍ମ

ପ୍ରଚଣ୍ଡ ରୌଦ୍ର ତାପରେ ମୃତ୍ୟୁର ବିଭୀଷିକା

ଜଳ କ୍ଲୀଷ୍ଟ ଜୀବନ ପ୍ରବାହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ ll


ନାହିଁ ଏଠି ମରୁଭୂମି ଅବା ତପ୍ତ ବାଲି

ତଥାପି ମଣିଷ ଏଠି ପାରୁନାହିଁ ଚାଲି

ଅକ୍ଟୋପସ ଭଳି ଅଂଶୁଘାତ ପଞ୍ଝା ମେଲି

କରେ ଆଲିଙ୍ଗନ

ଅହଙ୍କାରୀ ମଣିଷ ଉପରେ

ପ୍ରକୃତିର ଅଭିମାନ

ଦାଉ ସାଧିବାର କାମନାରେ

ବ୍ୟସ୍ତ ଅହରହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ ll 


କେବେ ଭୂମିକମ୍ପ ପୁଣି ସୁନାମି ଆଶଙ୍କା

ମହାବାତ୍ୟା ସଙ୍ଗେ ବନ୍ୟା ମନେ ଆଣେ ଶଙ୍କା

କେବେ ପୁଣି ମରୁଡ଼ିର କରାଳ ପ୍ରକୋପ

ସତେକି ପ୍ରକୃତି ରାଣୀ କରୁଅଛି କୋପ,

ଖିନଭିନ କରିଦେବ ଜୀବନର ମୋହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ ll


ମଣିଷ ଗଢୁଛି ଏଠି କଂକ୍ରିଟ ସାମ୍ରାଜ୍ୟ 

ଧ୍ବଂସ କରୁଛି ଯେତେ ଜଙ୍ଗଲ, ଜମି ଆଉ ଜଳ

ଜାଣୁନାହିଁ ଆସିଲାଣି ଧ୍ବଂସ ହେବା ବେଳ

ଖାଦ୍ୟ ପାନୀୟରେ ତାର ବିଷାକ୍ତ ପ୍ରବାହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ ll


ବେଳ ଥାଉ ଥାଉ ଧନ ହୁଅ ସାବଧାନ 

ପରିବେଶ ସୁରକ୍ଷାରେ ଦିଅ ସର୍ବେ ଧ୍ୟାନ

ମାଟି ମାଆ ଲୋତକକୁ ପୋଛି ଦେଇ ବାରେ

ଚାରା ଗଛ ରୋପିଦେବା ଅତି ସରାଗରେ

ଶୀତଳତା ଭରି ଯିବ ଏ ଧରା ଧାମରେ,

ପ୍ରତିଜ୍ଞା କରିବା ଆସ ଏକ ସ୍ଵରେ କୁହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ

ସତରେ ବଞ୍ଚିବା ଏଠି ବଡ଼ ଦୁର୍ବିସହ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action