STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Classics

3  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Classics

*****ସତମିଛ ଲୁଚକାଳି*****

*****ସତମିଛ ଲୁଚକାଳି*****

1 min
225

ସତ୍ୟ ରାଇଜରେ ମିଥ୍ୟାର ରାଜୁତି

    ସତ୍ୟ ତ ଗଲାଣି ହଜି

ଘର ଘର  ବୁଲି ହତାଶ ହେଉଛି

   ପାଉନି କେଉଁଠି ଖୋଜି


ପଲ୍ଲୀରୁ ସହର ନଦୀ ନାଳ ହ୍ରଦ

    ମିଳୁନି ସନ୍ଧାନ କାହିଁ

କେଉଁଠି ପାଇବି ସତ୍ୟର ସନ୍ଧାନ

    ବୁଦ୍ଧି ବାଟ ଦିଶୁନାହିଁ


ନେତା ଅଭିନେତା ଦେଶର ଜନତା

    ମିଥ୍ୟା ରାଇଜର ପ୍ରଜା

ରାଜାଙ୍କ ଭୟରେ ନିରବ ସମସ୍ତେ

   କହିଲେ ଭୋଗିବେ ସଜା


ନିଭୃତ କକ୍ଷରେ ସତ୍ୟର ପୂଜାରୀ

   ବୁଝେଇ କହନ୍ତି ମୋତେ

ସତ୍ୟକୁ ଖୋଜିଲେ ମୁଣ୍ଡ ବ୍ୟଥା ହେବ

   ଦଣ୍ଡ ହିଁ ମିଳିବ ତୋତେ


ମଠ ମନ୍ଦିରରେ ଧାର୍ମିକ ପୀଠରେ

   ଅସତ୍ୟ ଅଧର୍ମ ନୀତି

ମଠ ବାବା ମାତା ମନ୍ଦିର ପୂଜାରୀ

   ଦେଖାନ୍ତି ତାଙ୍କର କୀର୍ତ୍ତି


ମନ୍ଦିର ବେଢାରୁ ଭିତରକୁ ଗଲି

   ସତ୍ୟ ସତ୍ତା ଅନ୍ୱେଷଣେ

ଅସତ୍ୟ ଧକ୍କାରେ ସିଂହ ଦରଜାରେ

   ପଡ଼ିଗଲି ମୁହିଁ ତଳେ


ଦେବାଳୟ ଏବେ ନେବାର ଆଳୟ

    ମିଥ୍ୟା ପ୍ରଵଚନ ସ୍ଥଳ

ଧର୍ମର ଅସ୍ତ୍ରରେ ଭୟ ବିଭୀଷିକା

   ଭଲ ନାହିଁ ଆଉ ବେଳ


ସରକାରଙ୍କର କାର୍ଯ୍ୟାଳୟ ଯେତେ

   ଅସତ୍ୟର ଗନ୍ତାଘର

ସତ୍ୟ ଚାପିହୁଏ ମିଥ୍ୟା ପୋଥି ତଳେ

   କଲମର ଭାରି ଧାର


ବୁଲିବାକୁ ଗଲି ରାଜା ଉଆସକୁ

   ଥିବ କାଳେ ସେଠି ସତ୍ୟ

ଭେଟ ମିଳିଗଲେ ମନ୍ତ୍ରୀ କଟୁଆଳ

  ରାଜାଙ୍କର ଯେତେ ଭୃତ୍ୟ


ଭାଷଣ ତାଙ୍କର ଏତେ ମୁଗ୍ଧକର

   କର୍ଣ୍ଣ ମୋ ପବିତ୍ର ହେଲା

ରାଜାଙ୍କୁ ଭେଟିବା କାଠିକର ପାଠ

  ଦ୍ୱାର ଥିଲେ ମଧ୍ୟ ଖୋଲା


ଫେରୁଛି ଦୁଃଖରେ ଦେଖିଲି ପଥରେ

   ବସିଅଛି ଜଣେ କେହି

ଛିଣ୍ଡା ବସନରେ ଦେହକୁ ଢାଙ୍କିଛି

   ପାଖେ ଭିକ୍ଷାଥାଳ ଥୋଇ


ଡାକୁଛି ବିକଳେ ଆକୁଳ ଚିତ୍ତରେ

    ଭିକ୍ଷା ଗଣ୍ଡେ ବାବୁ ଦିଅ

ଦୁଇଦିନ ହେବ ଦାନା ଖାଇ ନାହିଁ

   କ୍ଷୁଦାରେ ଥରୁଛି ଦେହ


ଡାକ ତାର ଶୁଣି ମନେ ମନେ ଗୁଣି

    ନିକଟକୁ ଗଲି ଚାଲି

ଭେକ ପରଖିଲି ମୁହଁକୁ ଦେଖିଲି

   ସତ୍ୟକୁ ପାଇବି ବୋଲି


ନିରୀକ୍ଷଣ କଲି ସତ୍ୟ ପାଇଗଲି

    ବିଶ୍ୱାସେ ଭରିଲା ବିଷ

ଛଦ୍ମବେଶଧାରୀ  ଭିକ୍ଷା ବୃତ୍ତି କରି

    ମିଥ୍ୟାକୁ କରୁଛି ଚାଷ


ବିଷର୍ଣ୍ଣ ବଦନେ ଫେରୁଛି ସଦନେ

   ଭାରାକ୍ରାନ୍ତ  ହୃଦୟରେ

ବିବେକକୁ  ମନ  ପ୍ରଶ୍ନ  କରୁଥିଲା

  ସତ୍ୟ ନାହିଁକି ଏ ସଂସାରେ


ତଥାପି ଆଶା ମୋ ମଉଳି ନ ଥିଲା

   ସତ୍ୟ ମିଥ୍ୟା ଦୋଛକିରେ

ସତ୍ୟ ବିନା କଣ ସୃଷ୍ଟି କି ତିଷ୍ଠିବ

   ଭାବୁଅଛି ବସି ଘରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics