STORYMIRROR

Santosh Pattnayak

Inspirational

3  

Santosh Pattnayak

Inspirational

ସ୍ଥୂଳ ଶରୀରକୁ ସଞ୍ଜମରେ ରଖ

ସ୍ଥୂଳ ଶରୀରକୁ ସଞ୍ଜମରେ ରଖ

1 min
13.9K


ସ୍ଥୂଳ ଶରୀରକୁ ସଞ୍ଜମରେ ରଖ

ସଭ୍ୟତା ସଂସ୍କୃତି ଧ୍ୟାଇ"

ମାଉସୀ ମାଆଙ୍କ ମନଟା ଉଛନ୍ନ

କାଳିଆକୁ କରି କୋଳ

ଭକତ ଆନନ୍ଦ କହିଲେ ନସରେ

ଅଦୃଶ୍ୟ ଶକ୍ତିର ଖେଳ....

ଶ୍ରୀ ମନ୍ଦିର ଆଜି ଶ୍ରୀହୀନ ଲାଗୁଛି

ନାହିଁ ଗହଳି ଚହଳି

ମାତା ସିନ୍ଧୁ ସୂତା ମାନସେ ବିତୃଷ୍ଣା

ଶ୍ରୀମୁଖକୁ ମନେ ଭାଳି....

ଆଦ୍ୟ ଅଭିମାନେ ଗଭୀର ଗୁମାନେ

ବ୍ୟଥା ସହି ବିରହର

ରଥ କାଠ ଭାଙ୍ଗି ମୋହ ଚୂର୍ଣ୍ଣ ଫିଙ୍ଗି

ଫେରିଛନ୍ତି ଶ୍ରୀ ମନ୍ଦିର....

ଭାଙ୍ଗିବା ଗଢ଼ିବା ସବୁ ସାଥେ ଜଗା

ଦାରୁ ରୂପି ପରଂବ୍ରହ୍ମ

ରୂପ ସିନା ଭିନ୍ନ ଦୁହେଁ ଏକା ବ୍ରହ୍ମ

ଲକ୍ଷ୍ମୀ ହୃଦେ ଜନାର୍ଦ୍ଦନ....

ଲକ୍ଷ୍ମୀ ଅଭିମାନ ନେଇ

ମିଛେ ଅପବାଦ ସହି,,

ଲୀଳାମୟ ପ୍ରଭୁ ଲୀଳା ରଚିଛନ୍ତି

ସୁନ୍ଦର ବାର୍ତ୍ତାଟେ ଦେଇ....

ସଭ୍ୟତା ସଂସ୍କୃତି ଧ୍ୟାଇ

ସ୍ଥୁଳ ଶରୀରକୁ ସଞ୍ଜମରେ ରଖ

ଜଗତ କଲ୍ୟାଣ ପାଇଁ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational