ସ୍ଥିତି
ସ୍ଥିତି


ମୁଁ ତ ଚାହିଁଥିଲି ଖାଲି
ଚେନାଏ ଆକାଶ ଆଉ ମୁଠାଏ ମାଟି |
ଯେଉଁଠି ମୁଁ ଥାପି ପାରିବି
ମୋର ଲୟ-ବିଲୟ-ସ୍ଥିତି |
ହେଲେ ?
ହେଲେ, ତୁମେ ଜଗତପତି !
ଦେଇଦେଲ ମୋତେ
ଏ ସମଗ୍ର ପ୍ରକୃତି |
ଚଳାଇଲି ଯେଉଁଠାରେ
ମୋର ଅଖଣ୍ଡ ରାଜୁତି |
ମାନିଲିନି ବନ୍ଧନ ମୁଁ,
ସାଜିଲି ଯେ ଛତ୍ରପତି |
ଏ କି ନିଷ୍ଠୁର,କଠୋର ନିୟତି !
ଏକ ଜିଦଖୋର ମାନସିକ ପ୍ରବୃତ୍ତି,
କିବା ଅନମନୀୟତାର ନିଷ୍ପତ୍ତି |
କାଳର ଗତି-ଅଗତି-ପ୍ରଗତି |
ଦେଖିଲ ତ ବନ୍ଧୁ, ଏ ତା'ର
କି କରୁଣ ପରିଣତି !
ବିଧାତାର କରାମତି ଅବା
ଭାଗ୍ୟର ବାମଗତି !
ବୁଝି ମୁଁ ପାରୁନି ଆଜି
କେଉଁଠି ମୋ ପ୍ରକୃତ ଅବସ୍ଥିତି ?