Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Tragedy Inspirational

3  

ଅଜୟ କୁମାର Ajaya Kumar ବେହେରା Behera

Tragedy Inspirational

ସ୍ଥିତି ବିଗୁଡୁଛି

ସ୍ଥିତି ବିଗୁଡୁଛି

1 min
207


କଟକଣା ଗତି ମନ୍ଥର ବେଗରେ

  କୋରନାର ବାଟ ଖୋଲା ।

ପାଟି ବୁଡି ପାଣି ନାକ ଛୁଇଁଲାଣି

   ତଥାପି ଜନତା ଢିଲା  ।।


ନିବାରକ ନୀତି ବିଳମ୍ବେ ପ୍ରୟୋଗ

   ଅଣାୟତ କରେ ସ୍ଥିତି ।

କୋରନା ଆତଙ୍କ ଅତି ଭୟଙ୍କର

   ସଂକ୍ରମଣ ସାଙ୍ଘାତିକି ।।


ଅମାନିଆ ଆମ ଜନ ସାଧାରଣ

   ନୀତି ନିୟମକୁ ଦେଖି ।

କୋରନା ବଢୁଛି ଆଗକୁ ଆଗକୁ

   ନିର୍ଭୟେ ଫୁଲେଇ ଛାତି ।।


ସର୍ବେ ବେଫିକର ନାହିଁ ଭୟ ଡର

   ବେପାରୁଆ ବିଚରଣ ।

କୋରନାର ପଥ ପରିଷ୍କାର ହୋଇ

   ବୃଦ୍ଧି ହୁଏ ସଂକ୍ରମଣ ।।


ଦୂରତା ରଖିବା ଦୁରୁହ ବ୍ୟପାର

   ଅଯଥା ଗହଳି ବେଶି ।

ମୁଖେ ମୁଖା ନାହିଁ ହାତକୁ ନ ଧୋଇ

   ସମସ୍ତେ ଯାଆନ୍ତି ଫସି ।।


ନେତା କରୁଛନ୍ତି ନିର୍ବାଚନ ରାଲି

   ଜନତାଙ୍କୁ କରି ଢାଲ ।

ରାଲିକୁ କୁଆଡେ କୋରନା ଛୁଏଁନା

  ନେତାଙ୍କୁ ପାଏ କି ଭଲ ??


କୁମ୍ଭମେଳା ଭଳି ଧାର୍ମିକ ଭିଡରେ

   ଆଦମ କାଇଦା ନାହିଁ ।

ସଂକ୍ରମଣ ସେଠି ବିସ୍ଫୋରଣ ହୁଏ

  ପ୍ରଶାସନ ଯାଏ ଶୋଇ ।।


ସ୍କୁଲ କଲେଜର ପରୀକ୍ଷା ବାତିଲ

  ଭବିଷ୍ୟତ ଯାଏ ଚୁଲିକି ।

କ୍ଷମତା ଲୋଭରେ ନେତାଙ୍କ ଗହଳି

  ଜନତାଙ୍କ ସଙ୍ଗେ ଚାଲିକି ।।


ନେତା ଜନତାଙ୍କ ଅବାଧ ମିଳନ

   ଭକ୍ତ ସଙ୍ଗେ ଭଗବାନ ।

ସରକାରଙ୍କର କୋଭିଡ଼ି  ନିୟମ

   ହେଉନି କି ଉଲଂଘନ ??


ଉଚିତ ବେଳରେ ଢିଲା ପଦକ୍ଷେପ

   କୋରନାକୁ ସୁହାଉଛି ।

ବନ୍ଧ ବାଡ଼ ଭାଙ୍ଗେ କୋରନା ତରଙ୍ଗ

    ପରିସ୍ଥିତି ବିଗୁଡୁଛି ।।


ଅବସ୍ଥାକୁ ଦେଖି ବ୍ୟବସ୍ଥାରେ ବ୍ୟସ୍ତ

   କେନ୍ଦ୍ର ରାଜ୍ୟ ସରକାର ।

ଜନ ସାଧାରଣ ସହଯୋଗ କଲେ

   ମହାମାରୀ ହେବ ଦୂର ।।


ତାଲାବନ୍ଦୀ କରି କର୍ଫ୍ୟୁ ଜାରୀ ସହ

   ଲୋଡ଼ା ଜନ ସଚେତନ । 

ସମଗ୍ର ଦେଶରେ ଟୀକାକରଣକୁ

   କଲେ ସର୍ବେ ସମର୍ଥନ ।

କୋରନା ଯୁଦ୍ଧରେ ଜିତିବା ସମସ୍ତେ

   ଖୁସିରେ କାଟିବା ଦିନ ।।


Rate this content
Log in

Similar oriya poem from Tragedy