STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ସ୍ଥାପନା ଦିବସ

ସ୍ଥାପନା ଦିବସ

1 min
392

ଯହିଁ ଅତି ଖୁସି ଆନନ୍ଦ ଅପାର

ହେଲା ଝାଡ଼ଖଣ୍ଡ ଭାଇ,

ପନ୍ଦର ନଭେମ୍ବର ଦୁଇ ହଜାର

ଦିବସ ସ୍ଥାପନା ଭାଇ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ଝାଡ଼ଖଣ୍ଡୀ ଭାଇଙ୍କର,,

ଅପାର ଉନ୍ନତି ହେଉ ଝାଡ଼ଖଣ୍ଡ

ହୃଦୟୁ କାମନା ମୋର।


ଝାଡ଼ଖଣ୍ଡେ ଅଛି ବିଚ୍ଛିନ୍ନାଞ୍ଚଳଟି

ଓଡ଼ିଆ ଭାଷୀ ଅପାର,

ମାତୃଭାଷାତାଙ୍କ ଓଡ଼ିଆଅଟେଟି 

ନେତାଙ୍କ ପଡୁ ନଜର।


କିପରି ପଢିବେ ମାତୃଭାଷାତାଙ୍କ

ଓଡ଼ିଆ ର ବହି ନାହିଁ,

କିଏଦେବଶିକ୍ଷା ଓଡ଼ିଆଭାଷୀଙ୍କୁ

ଓଡ଼ିଆ ଶିକ୍ଷକ କାହିଁ।


ଦେଖି ଚିନ୍ତାଲାଗେ ସରକାରୀତନ୍ତ୍ର

ମାତୃଭାଷା ସର୍ବୋପରି,

ମାତୃଭାଷା ଶିକ୍ଷା ଆମ ଅଧିକାର

ଧ୍ୟାନଟି ପଡୁ ତାହାରି।


ନୂଆ ଶିକ୍ଷାନୀତି ହୋଇଅଛିରାଷ୍ଟ୍ରେ

ମାତୃଭାଷା ଶିକ୍ଷା ପାଇଁ,

ବାଧ୍ୟତାମୂଳକ ହୋଇଅଛି ପରା

ଭାଷାରେ ପଢିବା ପାଇଁ।


କେତେ ଖୁସି ଥିଲେ ଝାଡ଼ଖଣ୍ଡହେଲା

ଭାଷାର ଶିକ୍ଷା ମିଳିବ,

ଓଡ଼ିଆ ଭାଷୀଙ୍କୁ ମାନ ଓ ସମ୍ମାନ

ନୂଆ ରାଜ୍ୟେଟିଏ ଦେବ।


ସ୍ବପ୍ନ ଚୂର୍ଣ୍ଣ ହେଲା କାନ୍ଦନ୍ତି ଓଡ଼ିଆ

ଶୁନ୍ୟ ହେଲା ମାତୃଭାଷା,

ଧ୍ୟାନ ନାହିଁ କାର କିପରିଟି ନେତା

ଓଡ଼ିଆ ଦ୍ବିତୀୟ ଭାଷା।


ଦ୍ବିତୀୟଭାଷାର ବହି ନାହିଁ ଏଠି

ଓଡ଼ିଆ ଶିକ୍ଷକ ନାହିଁ,

କିପରି ପଢିବେ ବାଳକ ବାଳିକା

ଓଡ଼ିଆଙ୍କ ଧ୍ୟାନ କାହିଁ।


ରୋଦନ ରାବ୍ ଅଟେ ଏ କବିତା

ସରକାର ନିକଟ ରେ,

ଧ୍ୟାନପଡୁଥରେ ସ୍ଥାପନାଦିବସେ

ଓଡ଼ିଆ ମାତୃଭାଷାରେ।


ସ୍ଥାପନାଦିବସେ ଅନୁରୋଧ ମୋର

ଝାଡ଼ଖଣ୍ଡ ସରକାରେ,

ଓଡ଼ିଆର ଶିକ୍ଷା ଆମ ମାତୃଭାଷା

ଶିକ୍ଷା ମିଳୁ ଓଡ଼ିଆରେ।


ବହିର ମୁଦ୍ରଣ ହେଉ ଝାଡ଼ଖଣ୍ଡେ

ଓଡ଼ିଆ ରେ ବହି ମିଳୁ,

ଓଡ଼ିଆ ଶିକ୍ଷକ ଓଡ଼ିଆ ଅଞ୍ଚଳେ

ଓଡ଼ିଆ ଶିକ୍ଷକ ମିଳୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract