STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସତେ କି କରୁଣା ହେବ

ସତେ କି କରୁଣା ହେବ

1 min
242

ସତେ କି କରୁଣା ହେବ

କରୋନା ସଙ୍କଟ ଦୂରେଇ ଯିବ

 ଦୀନ ବାନ୍ଧବ

ତୁମ୍ଭ ଦର୍ଶନ ମିଳିବ।

  ଦୀନ ବାନ୍ଧବ...


ରତ୍ନ ସିଂହାସନ ପରେ

ଭାଇ ଭଉଣୀଙ୍କୁ ନେଇ ସଙ୍ଗରେ

 ଦୀନ ବାନ୍ଧବ

ଦର୍ଶନ କରିବି ଥରେ।

  ଦୀନ ବାନ୍ଧବ...


ଦୁର୍ଦ୍ଦିନ ଦୂରେଇ ଦେଇ

ଭକ୍ତ ସଙ୍ଗେ ନେଇ ଆସିବ ଧାଇଁ

 ଦୀନ ବାନ୍ଧବ

ବଡ଼ ଦାଣ୍ଡେ ଉଭା ହୋଇ।

 ଦୀନ ବାନ୍ଧବ...


ଆଉ ନକରିବ ମାୟା

ଭକତ ଜନ ରେ କରିବ ଦୟା

 ଦୀନ ବାନ୍ଧବ

ଭକ୍ତ ସଙ୍ଗେ ହେବ ଠିଆ।

 ଦୀନ ବାନ୍ଧବ...


ଏତିକି ମାଗୁଣି ମୋର

ଭକ୍ତ ପାଇଁ ଖୋଲ ସିଂହଦୁଆର

 ଦୀନ ବାନ୍ଧବ

ଏ ସଙ୍କଟୁ କର ପାର।

 ଦୀନ ବାନ୍ଧବ...

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational