ସତେ କଅଣ ସବୁ ଇଚ୍ଛା ପାର୍ବଣହୁଏନି
ସତେ କଅଣ ସବୁ ଇଚ୍ଛା ପାର୍ବଣହୁଏନି
ରାତି ପାହିଥାଏ, ସକାଳ ହୁଏ, ସିନ୍ଦୁରା
ଫିଟିଲେ ପୂର୍ବ ଆକାଶରେ
ମନ ନାଚି ଯାଏ ଚଢେଇ ମାନଙ୍କ
କିଚି ମିଚି ଶବ୍ଦର ତରଙ୍ଗରେ ।
କିଛି ଶାନ୍ତି ପରେ ମନ ମଧ୍ୟରେ ଆସେ,
ଜୀବନ ଯୁଦ୍ଧରେ ଯୁଝିବାକୁ ତ ହେବ
ସମୟ ଗଡୁଛି, ବାଜିଲାଣି ଘଣ୍ଟା, ସଜବାଜ
ହୋଇ କାର୍ଯ୍ୟକୁ ଯିବାକୁ ପଡିବ ।
ଚଷା ପୁଅ ହଳ ଯୋଚି ବାହାରି ଯାଏ ଚାଷ
କରିବାକୁ ନିଜ ଧାନ ବିଲରେ
ଦୀନ ମଜୁରିଆ ଓ ମଧ୍ୟବିତ୍ତ ଦଉଡନ୍ତି ଖାଦ୍ୟ
ପାଇଁ ତେଲ ଲୁଣ ଶାଗ ସାଉଁଟିବାରେ ।
ମନୁଷ୍ୟ ଖୋଜୁଛି, ମଣିଷ ପାଖରୁ, ସ୍ନେହ
ଓ ପ୍ରେମର ପଥ କେମିତି ପାଇବ
ଦୀନ ହୀନ ମଣିଷ ହାତ ପାତେ, ଇଶ୍ୱର
ଦୁଆରେ କିପରି ଦୁଃଖ ଯାତନା ମିଟାଇବ ।
ମନୁଷ୍ୟ ଭିତରେ, ମଣିଷ ଖୋଜୁଛି,
ମାନବତ୍ୱର ସଠିକତାର ଠିକଣା
ଜନତାର ଲୁହ ପଚାରେ ଆଜିର ନେତାର
ଲୁହକୁ, ଏ ଲୁହ, ସତ ଅବା ମିଛ ଛଳନା ।
ମନ୍ଦିରରୁ ଓଁକାର ଧ୍ବନି ଓ ଆକାଶ ବାଣୀର
ଭକ୍ତି ସଙ୍ଗୀତ ଭାସି ଆସେ ପ୍ରତିଦିନ
ପ୍ରାପ୍ତି, ଅପ୍ରାପ୍ତିର ଅବଶୋଷ ନାହିଁ, ଆଶା ଅବା
ପ୍ରତ୍ୟାଶା ନାହିଁ ଜୀବନର ଗତି ସର୍ତ୍ତ ହୀନ ।
ପ୍ରତାରଣାର ମିଛ ପ୍ରତିଶ୍ରୁତିରେ ଗରିବ
ଗୁରୁବା ଯେତେ ହେଉଛନ୍ତି ହନ୍ତସନ୍ତ
ସପନ ସାଜିଛି ଶ୍ରମଜୀବିର ଲୋଡା ନାହିଁ
ଧନ, କିପରି ପାଇବ ସେ ମୁଠେ ଭାତ ।
ମନରେ ଆସୁଛି, ହୃଦୟ ନିର୍ମଳ ପରି ଗଙ୍ଗା
ଜଳ ପରି ମଣିଷ ଯଦି ହେବ
ମମତା କମଳ ହୃଦୟେ ଉଠିବ ଫୁଟି ସଂସାର
ଭିତରେ ସତ୍ୟ ବିରାଜିବ ।
ସତେ କଅଣ ସବୁ ଇଚ୍ଛା କେବେ ପାର୍ବଣ ହୁଏନି,
ପୁଣି ଆସେ ମନ ଭିତରେ,
ବର୍ତ୍ତମାନ ଅବସ୍ଥାକୁ ଦେଖି ଲେଖୁଛି ପରା ଯନ୍ତ୍ରଣା
ଜର୍ଜରିତ ହୃଦୟରେ ।
