STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ସତଚିନ୍ତନରେ ଚଳିଲେ

ସତଚିନ୍ତନରେ ଚଳିଲେ

1 min
353


ଅନିଶ୍ଚିତତା ଭିତରେ ଭଙ୍ଗା ଗଢା ଏ‌ଇ 

ଦୁନିଆଁରେ ମୃତ୍ୟୁ ତ ବାସ୍ତବ ସତ୍ୟ 

ଏ ମାଟିର ଦେହ ହୋଇଯିବ ଲୀନ ମାଟିରେ, 

ଏହି କଥାଟି ଧୃବ ସତ ।1। 

 

ଶରୀର ମାଟିରେ ମିଶେ, କିନ୍ତୁ କୃତ କର୍ମ 

ଲୋପ କେବେ ହୁଏ ନାହିଁ 

ସେହି ଉତ୍ତମ କୃତ କର୍ମ, ତା ଯଶ ଅମର, 

ସଂସାରେ ବିରାଜଇ । 2।


ତେଣୁ ସଂସାରରେ ଇତିହାସ ଶାସ୍ତ୍ର କହେ 

ପୁରାଣ ଭଲ କର୍ମ କରି ଚାଲ 

ତାହାହେଲେ ଯାଇ ସାର୍ଥକ ହୋଇବ ସର୍ବ 

ଶ୍ରେଷ୍ଠ ମଣିଷ ଜନ୍ମର ମୂଲ୍ୟ ।3।


ତେଣୁ ହେ ମନୁଷ୍ୟ, ଲକ୍ଷ୍ୟ-ପଥ କର ସ୍ଥିର, 

ବଢାଇ ଧୈର୍ଯ୍ୟ ଓ ସାହସ

ଜୀବନରେ ଖିଲିଖିଲି ହସେ କଟାଅ ଶାନ୍ତି 

ପଥ ମାଧ୍ୟମରେ ସମସ୍ତ ମଣିଷ ।4।


ଶାନ୍ତିର ଲକ୍ଷ୍ୟ ପଥେ ରହି ଥାଏ ପ୍ରକୃତରେ 

ଅଜସ୍ର ପାହାଡ଼ 

ସ୍ୱାର୍ଥଲୋଭୀ ମଣିଷର ଲାଳସାରେ ଭାଙ୍ଗେ 

ତା'ର ମାଂସ, ହାଡ।5।


ଶ୍ରାନ୍ତ, କ୍ଲାନ୍ତ, କ୍ଷତ, ଜୀର୍ଣ୍ଣ ଭୟରେ ହୋଇ

ଗଲେ ବିଦୀର୍ଣ୍ଣ ଏବଂ ବିବର୍ଣ୍ଣ 

କାହୁଁ ସେହି ମହନୀୟ, ପ୍ରେମମୟ ଆନନ୍ଦ, 

ଉଦ୍ଦୀପନାପୂର୍ଣ୍ଣ ଜୀବନ ।6।


ଶାନ୍ତି, ଜ୍ଞାନ, ବିଦ୍ୟା ଅଥବା ବିଜ୍ଞାନ 

ପାଇବନି ବିନା ଅଭ୍ୟାସରେ

ସଚ୍ଚୋଟତା କିଅବା କର୍ମଠ ଜୀବନ, କର୍ମ

ଫଳ ମିଳେନି ବିନା ସାଧନାରେ ।୦୭।


କପଟ ଶୂନ୍ୟ, ଉଦାରତା, ସତ୍ଯ, ଶାନ୍ତି, ଦୟା, 

କ୍ଷମା ଗୁଣ ଦ୍ୱାରା ଜୀବନରେ ଜିତିବା

ସତଚିନ୍ତନରେ ଚଳିଲେ ମନେରଖ ଜଗତେ 

ଆମେ ମଣିଷର ଟେକ ରଖିବା ।8।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract