Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Others

4  

Chittaranjan Nanda

Fantasy Others

ସତ କହିବା ସତରେ ମହାପାପ

ସତ କହିବା ସତରେ ମହାପାପ

1 min
254



ପାଇଛି ମନୁଷ୍ୟ ଜନ୍ମ, ଦୁର୍ଲ୍ଲଭ ଶରୀର, ଛୁଆ 

ଦିନେ ଭାବିଥିଲି ସଦା କରିବି ସୁକର୍ମ 

ଭୀଷଣ ନିଦାଘେ ମରୁରେ ଜଳରାଶି ସଦୃଶ, 

କାହିଁକି କେଜାଣି ଅନ୍ତରରେ ହୋଇଛି ଭ୍ରମ ।


ପଢୁଛି, ଶୁଣୁଛି ପ୍ରତିଦିନ ବେଦ, ପୁରାଣ, ଗୀତା, 

ଭାଗବତ ରାମାୟଣ ମହାଭାରତ ର ଗାଥା

ଦେଖୁଛି, ସମାଜରେ ବଢିଛି, ଗଣେଶ, ଦୁର୍ଗା,

କାଳୀ, ଓ ଅନ୍ୟ ପୂଜା ଅର୍ଚ୍ଚନାର ବାର୍ତ୍ତା ।


ସହର ଗ୍ରାମର ରାସ୍ତା କଡେ କଡେ ବଢିଛି, 

ମସଜିଦ, ଗୀର୍ଜା ଦେବ ଦେବୀ ମନ୍ଦିର

ମଣିଷ ମାନେତ ଯାଇ କରୁଛନ୍ତି ପୂଜା ବେଭାର

ଲମ୍ବା ଧାଡିରେ ମସଜିଦ, ଗୀର୍ଜା ଓ ମନ୍ଦିର ।


ଭଜନ କୀର୍ତ୍ତନ ଜପ ଯୋଗ ତପ ଧ୍ୟାନ ବଢିଛି 

ପରା ଜୋରରେ ଆମ ସମାଜରେ

ସତସଙ୍ଗ ମେଳା ମେଳା, ବାବାଜୀ ମେଳା ମେଳା,

ବଢିଛି ସାଧୁ ପ୍ରବଚନ, ଶୁଦ୍ଧତା ଆସୁନି ମନରେ ।


ସାହିତ୍ୟ ଭାଷା ପରା ହିତ ସାଧନରେ ଆଲୋକ

ଦେଖାଏ ମଣିଷ ଜୀବନକୁ କରେ ସୁନ୍ଦର

ଶହ ଶହ ସାହିତ୍ୟ ସଂଗଠନ ଗଢା ହୋଇଛି, କଣ

ପାଇଁ ପରିବର୍ତ୍ତନ ହୁଏନି କୁହ ଆମର ।


ଜାଣିଛି କର୍ମ ପାଇଁ ନର ଆସଇ ସଂସାର, କରି

ଯିବି ମୋ କର୍ମ କର୍ତ୍ତବ୍ୟ ବିଧି ସଙ୍ଗତେ

ଅନ୍ୟାୟ ଅନୀତି କରନ୍ତି ଆଜି ମୋ ଭଳି ମଣିଷ

ବାନ୍ଧିଛି ଅସତ୍ୟ ପରାଧିନତାର ବେଢ଼ିରେ ।


ପି ଯାଉଛି ଅବିଶ୍ଵାସର ଗରଳ, ମନରେ ପ୍ରଶ୍ନ

ସଚ୍ଚୋଟତା କ'ଣ ସବୁ ପ୍ରଶ୍ନର ଭୁଲ ଉତ୍ତର?

ପାଷାଣ ବନିଛି ମୋ ନିର୍ଭୀକ ମଣିଷତ୍ୱଟି, ସତ

କହିବା ସତରେ ମହାପାପ ଆଜି ତାର ଉତ୍ତର ।


Rate this content
Log in

Similar oriya poem from Fantasy