STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଷ୍ଟୋରୀ ମିରର୍ ସାରସ୍ୱତ ସମାରୋହ

ଷ୍ଟୋରୀ ମିରର୍ ସାରସ୍ୱତ ସମାରୋହ

1 min
257


କୋଡିଏ ସାଲର ଷୋଳ ଫେବୃଆରୀ ସାରସ୍ୱତ ସମାବେଶ

ଷ୍ଟୋରୀ ମିରରର ସମ୍ମାନ ପ୍ରଦାନ ସଭାରେ କରେ ପ୍ରକାଶ। 

ଗଳ୍ପ କବିତା ଦଶଟି ଭାଷାରେ ତହିଁରେ ଅଛି ଓଡ଼ିଆ

ଷ୍ଟୋରି ମିରର୍ ପ୍ରୋତ୍ସାହନ ଦିଏ ଉଦ୍ୟମ ଭାରି ବଢିଆ ।

ଛପା ବହିର ସେ ପ୍ରସାର କରନ୍ତି ଅନଲାଇନୂ ବି ହୁଏ

ପ୍ରତି ସପ୍ତାହରେ ପ୍ରତିଯୋଗିତାର ଭିଡ଼ ଲାଗି ରହିଥାଏ ।

ଅଥର ଅଫ ଦି ୱିକ୍ ସହିତ ଅଥର ଅଫ ଦି ଇଅର 

ମୋଷ୍ଟ ଆଡମାୟାର୍ଡ ଅଥର ଆବର ଧନ୍ୟ ସେ ଷ୍ଟୋରୀ ମିରର।

ବାଉନ ସପ୍ତାହ ଲିଖନ ମାୟାରେ ସପ୍ତାହରେ ଗୋଟେ ଲେଖା

ଅନ୍ୟୁନ ହୋଇବ ଲିଖନକୁ କବି ନ କରିବେ ଅଣଦେଖା । 

ଅନାମଧ୍ୟେୟଂକ ନାମ ବନିଯାଏ ପ୍ରତିଯୋଗିତାରେ ଜିତି

ପ୍ରୋତ୍ସାହନ ମିଳେ ଆଗକୁ ଯିବାକୁ ପୁରସ୍କାର ଦିଏ ଗତି ।

ସାହିତ୍ୟିକ ଗଢେ ସାହିତ୍ୟକୁ ବାଢେ ଘରେଘରେ ପହଞ୍ଚାଇ

ଷ୍ଟୋରିମିରରକୁ ଅନ୍ତରାଭ୍ୟନ୍ତରୁ ଦେଉଛି ମୁହିଁ ବଧାଇ ।

ବିଭୁ ରାଉତଙ୍କ ମାନସ ସନ୍ତାନ ଦିଗ ବିଦିଗେ ବିଖ୍ୟାତ 

ରଶ୍ମିରେଖା ରଶ୍ମି ବିକିରଣ କରି ପଲ୍ଲବିନୀ ପଲ୍ଲବିତ ।

ସାହିତ୍ୟ ନ ହେଉ ଅଲୋଡା ସମ୍ପଦ ଲେଖିବା ସାଥେ ପଢିବା

ମାତୃଭୂମି ମାତୃଭାଷାର ମମତା ପ୍ରମାଣ ଆମେ କରିବା ।



Rate this content
Log in

Similar oriya poem from Inspirational